ଓଡିଶା

ଶିଶୁକୁ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ଦେବଗଡ): ଦେବଗଡ ଜିଲ୍ଲା ରିଆମାଳ ଅଞ୍ଚଳରେ ଜଣେ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଜଣେ ୪ ବର୍ଷର ଶିଶୁକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଖେଳିବାକୁ ଡାକି ନେଇ ସେମାନେ ଏହି କାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଶିଶୁକୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଡାକ୍ତରୀ ମାଇନା କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ନବରଙ୍ଗପୁରରେ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା

mahabharatanews

ଜୁନ୍‌ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳ

mahabharatanews

ଅଧ୍ୟାପକଙ୍କ ଛାତ୍ରୀଙ୍କୁ ଅସଦାରଚରଣ , ଫାଟକରେ ତାଲା ପକାଇଲେ ଛାତ୍ର ଛାତ୍ରୀ

mahabharatanews