Uncategorized

ହାପିନେସ କ୍ଲାସରେ ଯୋଗ ଦେବେନି କେଜ୍ରିୱାଲ, ସିସୋଦିଆ

(ନୂଆଦିଲ୍ଲୀ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସନ୍ତା ୨୫ ତାରିଖରେ ଆସୁଛନ୍ତି । ଏହି ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ୍ କ୍ଲାସ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଯୋଗ ଦେବାର ଯୋଜନା ଥିଲା । କିନ୍ତୁ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । ତେବେ କେନ୍ଦ୍ର ଜାଣିଶୁଣି ଏମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ନ କରିବାକୁ ଯୋଜନା କରିଥିବା ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି । ଆସନ୍ତା ୨୫ ତାରିଖରେ ମେଲାନିଆ ଦିଲ୍ଲୀରେ ପହଞ୍ଚିବା ପରେ ମୋତିବାଗ୍ ସ୍ଥିତ ଏକ ସରକାରୀ ସ୍କୁଲ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ ହୋଇଛି । ସୂଚନାଯୋଗ୍ୟ, ୨୦୧୮ ମସିହାରେ ପ୍ରଥମେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ହାପିନେସ କ୍ଲାସ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ପଥପ୍ରାନ୍ତ ନାଟକ ଏବଂ ମାନସିକ ଚାପରୁ ଦୂରେଇ ରହିବା ପାଇଁ ଶିକ୍ଷା ଦିଆଯାଇଥାଏ ।

Related posts

ମୁର୍କୁଣ୍ଡି ଗାଁରୁ ଦୂର ହେଲା ପିଇବା ପାଣି ସମସ୍ୟା

mahabharatanews

ପାର୍ବତ୍ୟାଞ୍ଚଳ ପାଇଁ ଟାଙ୍କ କିଣିବ ଭାରତ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews