Uncategorized

ଦେଶରେ ୨୪ ଘଣ୍ଟାରେ ୬୭ ହଜାର ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ଭାରତରେ ୬୭ ହଜାର ୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୧୦୫୯ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ଏବେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯ରେ ପହଞ୍ଚିଛି। ଅନ୍ୟପଟେ ୨୪ ଲକ୍ଷ ୬୭ ହଜାର ୭୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ୭ ଲକ୍ଷ ୦୭ ହଜାର ୨୬୭ ଆକ୍ଟିଭ କେସ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

Video : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ

mahabharatanews

ଫେବୃଆରୀ ସୁଦ୍ଧା ହେବ ନାହିଁ ବୋର୍ଡ ପରୀକ୍ଷା

mahabharatanews

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

mahabharatanews