Uncategorized

ହାସ୍ୟଅଭିନେତା କୁନାଲଙ୍କ ଯାଚିକା ଖାରିଜ

ନୂଆଦିଲ୍ଲୀ: ଏୟାର ଲାଇନ୍ସର ପ୍ରତିବନ୍ଧକୁ ଅସଙ୍ଗତ ଦର୍ଶାଇ କମେଡିଆନ କୁନାଲ କାମରାଙ୍କ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରିଜ କରି ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ମାନିଲେ କି ବିମାନ ମଧ୍ୟରେ ହାସ୍ୟ ଅଭିନେତା କୁନାଲ କାମରାଙ୍କ ସହ ଯେଉଁ ବ୍ୟବହାର କରାଯାଇଥିଲା, ତାହା ଠିକ ନୁହେଁ । ତେବେ କୁନାଲଙ୍କ ବ୍ୟବହାରକୁ ଭୁଲ କହିଛନ୍ତି ।

ସୂଚନାଯୋଗ୍ୟ, କୁନାଲ କାମରା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ମୁମ୍ବାଇରୁ ଲକ୍ଷେ୍ନø ଯାଉଥିଲେ । ଏହି ସମୟରେ ଜଣେ ପତ୍ରକାରଙ୍କ ଉପରେ ସେ ଟିପ୍ପଣୀ ଦେବାର ଅଭିଯୋଗ ହୋଇଥିଲା । ଏହା ପରେ ଏୟାର ଲାଇନ୍ସ ନିଜ ବିମାନରେ ତାଙ୍କ ଯାତ୍ରା ଉପରେ ୬ ମାସ ପାଇଁ ରୋକ ଲଗାଇଥିଲା ଏୟାର ଲାଇନ୍ସ । ଇଣ୍ଡିଗୋ ପରେ ପରେ ବିସ୍ତାରା ଓ ଅନ୍ୟ ଏୟାର ଲାଇନ୍ସ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା । ଏହା ପରେ କୁନାଲ ଇଣ୍ଡିଗୋ ଏୟାର ଲାଇନ୍ସକୁ ଆଇନଗତ ନୋଟିସ ଜାରି କରି ପ୍ରତିବନ୍ଧକ ଉଠାଇବାକୁ ଦାବି କରିଥିଲେ । ଏହା ବ୍ୟତୀତ ସେ କମ୍ପାନୀ ତାଙ୍କୁ ମାନସିକ ପୀଡା ଦେଉଥିବାରୁ ୨୫ ଲକ୍ଷ ଟଙ୍କା ଜରିମାନା ଦାବି କରିଥିଲେ ।

Related posts

କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews

ଦିଲ୍ଲୀର ସବୁ ସ୍କୁଲରେ ହନୁମାନ ଚାଳିଶା ପଢାଯାଉ: କୈଳାସ

mahabharatanews