Uncategorized

୭ ଆସନରୁ ଆପ ନିଜ ବାଗିଙ୍କ ସହ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ) ୪୫ ଜଣ ବିଧାୟକଙ୍କୁ ନିର୍ବାଚନ ରଣାଙ୍ଗନକୁ ଛାଡିଥିବା ବେଳେ ୧୬ ଜଣ ବିଧାୟକଙ୍କ ଟିକେଟ କାଟି ଦେଇଛି । ଏହା ବ୍ୟତୀତ ଆପର ୪ ବାଗି ବିଧାୟକଙ୍କୁ ମଧ୍ୟ ଟିକେଟରୁ ବଞ୍ôଚତ କରାଯାଇଛି । ଫଳରେ ଦିଲ୍ଲୀର ବିଭିନ୍ନ ଆସନରେ ଆପକୁ ତାର ପୂର୍ବତନ ବିଧାୟକଙ୍କ ସହ ମୁହାଁମୁହିଁ ହେବାକୁ ପଡିବ ।
ଆପର ଦୁଇ ବାଗି ବିଧାୟକ ବିଜେପିରୁ ଟିକେଟ ପାଇଥିବା ବେଳେ ୨ ଜଣ କଂଗ୍ରେସରୁ ନିର୍ବାଚନ ଲଢିବେ । ଆପର ୪ ବାଗି ବିଧାୟକ ଆପ ଛାଡି ବିଜେପିରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ କପିଲ ମିଶ୍ରାଙ୍କୁ ମଡେଲ ଟାଉନସିଟିରୁ ବିଜେପି ଓହ୍ଲାଇଛି । ସେହିପରି ଅନିଲ ବାଜପେୟୀଙ୍କୁ ଗାନ୍ଧି ନଗର ସିଟରୁ ଟିକେଟ ଦିଆଯାଇଥିବା ବେଳେ ଦେବେନ୍ଦ୍ର ସେହରାବତ ଓ ଦେବ ପ୍ରକାଶଙ୍କୁ ଟିକେଟ ମିଳିପାରି ନାହିଁ । ସେହିପରି କଂଗ୍ରେସରେ ସାମିଲ ହୋଇଥିବା ଦୁଇ ଆପ ନେତାଙ୍କ ମଧ୍ୟରୁ ଅଲକା ଲାମ୍ବାଙ୍କୁ ଚାନ୍ଦିନୀ ଚୌକରୁ ଆଶାୟୀ କୁହାଯାଉଥିବା ବେଳେ ଆଦର୍ଶ ଶାସ୍ତ୍ରୀଙ୍କୁ ଦ୍ୱାରକା ଆସନରୁ ମଇଦାନକୁ ଓହ୍ଲା ଯାଇଛି । ସେହିପରି ଆପର ବିଧାୟକ ସୁରେନ୍ଦ୍ର ସିଂହଙ୍କ ଟିକେଟ ନ ମିଳିବା ପରେ ଏନସିପିରେ ସାମିଲ ହୋଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାୟକ ଏନଡି ଶର୍ମାଙ୍କୁ ବସପାରୁ ଟିକେଟ ପାଇଛନ୍ତି ଓ ଅନ୍ୟ ୨ ବିଧାୟକ ଆପରୁ ଟିକେଟ ନ ମିଳିବା ପରେ ନିର୍ଦ୍ଦଳୀୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Related posts

ସିଆରପିଏଫ ଏସଆଇ ଅଧିକାରୀଙ୍କୁ ଗୁଳିକରି ନିଜେ ଆତ୍ମହତ୍ୟା କଲା

mahabharatanews

ସଂସ୍କୃତି ମନ୍ତ୍ରାଳୟ ପାଇଁ ୩,୧୫୦କୋଟି ବ୍ୟୟ ବରାଦ

mahabharatanews

ପ୍ୟାଡ ମହିଳା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀ

mahabharatanews

Leave a Comment