ଓଡିଶା

ହିଞ୍ଜିଳିରେ ଡାକବାଜି ଯନ୍ତ୍ରରେ ପୋଲିସର ସଚେତନତା

(ମହାଭାରତ, ହିଞ୍ଜିଳିକାଟୁ): କୋରୋନା ଭାଇରସ ଠାରୁ ଦୂରେଇ ରହିବା ପାଇଁ ଚଳିତବର୍ଷ ହିଞ୍ଜିଳିକାଟୁର ଦଣ୍ଡ ନାଚ ବନ୍ଦ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଦଣ୍ଡନାଚ ନାଁରେ ନାଚ, ଗୀତ, ସମାବେଶ ଉପରେ ରୋକ ଲଗାଇଛି ପ୍ରଶାସନ । ଜନ ସମାଗମ ଏଡାଇବା ପାଇଁ ଯାତ୍ରା ଓ ଉତ୍ସବ ଆଦିର ଆୟୋଜନ ନ ହେବାକୁ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ଅନୁରୁପ ଭାବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବାହାଘର, ବ୍ରତ, ଚୈ÷ତ୍ର ମଙ୍ଗଳବାର ଯାତ୍ରା ସମେତ ଜନଗହଳି ନ କରିବା ପାଇଁ ଅନୁରୋଧ କରାଯାଇଛି । ଏହାକୁ ଅମାନ୍ୟ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । କରୋନା ସଂକ୍ରମଣରେ ସଚେତନତା ଲାଗି ସୋମବାର ହିଞ୍ଜିଳି ପୋଲିସ ପକ୍ଷରୁ ଏହି ଥାନା ଅଞ୍ଚଳର ବିଭିନ୍ନ ଗାଁ ବୁଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି । ଅନ୍ୟ ପକ୍ଷରେ ଏହି ଭୟଙ୍କର ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା ରାଲି ଓ ପ୍ରଚାର ଆରମ୍ଭ ହୋଇଛି । କେବଳ ସତର୍କତା ଅବଲମ୍ବନ ଏହି ମହାମାରୀ କବଳରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ବିଭିନ୍ନ ସଂଗଠନ ଲୋକଙ୍କୁ ସଚେତନ କରାଉଛନ୍ତି ।

Related posts

ରାଜ୍ୟରେ ୪୨୪୧ ନୁଆ କରୋନା ପଜିଟିଭ ଚିହ୍ନଟ

mahabharatanews

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

mahabharatanews

ଟ୍ରକ୍କୁ ପିଟିଲା କାର, ୩ ଗୁରୁତର

mahabharatanews