ଓଡିଶା

ହିଟ୍‌ୱେଭ୍‌ରୁ ଆଶ୍ବସ୍ତି

(ଭୁବନେଶ୍ୱର) : ୨୪ ଘଣ୍ଟା ବ୍ୟବଧାନରେ ପୁଣିଥରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର ଓ କଟକ। ଏହାରି ଭିତରେ ଆଉ ଏକ ଆଶ୍ବସ୍ତି କଲା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ। ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହ‌(ହିଟ୍‌ୱେଭ୍‌)ରୁ ଆଶ୍ବସ୍ତି ମିଳିବ। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ।

ସୂଚନାନୁଯାୟୀ, ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ। ମେ’ ୬ରୁ ୯ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହୋଇପାରେ। ୪ ଓ ୫ ତାରିଖରେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ହିଟ୍‌ୱେଭ୍‌ ସ୍ଥିତି ଉପୁଜିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Related posts

ଆଜି କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା  

mahabharatanews

ବାହାର ରାଜ୍ୟ ଶ୍ରମିକଙ୍କୁ ସଚେତନ କରାଉଛି ଡିଏମଏଚପି

mahabharatanews

ପ୍ରବଳ ବର୍ଷା :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews