Uncategorized

ହେମନ୍ତ ସୋରେନଙ୍କ ପ୍ରତି ଜାତିଗତ ଆକ୍ଷେପକୁ ବିଜେପିର ଖଣ୍ଡନ

ରାଞ୍ôଚ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ସଭାପତି ତଥା ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାତିଗତ ଅ ।କ୍ଷେପ କରିବା ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପାଇଁ ମହଙ୍ଗା ପଡ଼ିଛି । ଏ ନେଇ ସୋରେନଙ୍କ ପକ୍ଷରୁ ଥାନାରେ ଏତଲା ଦିଅ ।ଯିବା ପରେ ପୁଲିସ ପକ୍ଷରୁ ତଦନ୍ତ ଅ ।ରମ୍ଭ ହୋଇଛି ।

ଗତ ୧୯ ତାରିଖରେ ସୋରେନ ମିହିଜାମ ଥାନାରେ ଏତଲା ଦେଇଛନ୍ତି । ରଘୁବର ତାଙ୍କ ଜାତିକୁ ନେଇ ଅ ।ପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ସମ୍ନାନ ହାନି ହୋଇଥିବା ସୋରେନ ଏତଲାରେ ଅଭିଯୋଗ କରିଛନ୍ତି । ଉପଖଣ୍ଡ ପୁଲିସ ଅଧିକାରୀ ଅରବିନ୍ଦ ଉପାଧ୍ୟାୟ ଏହା ଉପରେ ତଦନ୍ତ କରୁଥିବା ଜାମତରା ଏସପି ଅଂଶୁମାନ କୁମାର କହିଛନ୍ତି । ଏ ସମ୍ପର୍କରେ ବିଜେପିର ଝାଡ଼ଖଣ୍ଡ ଶାଖା ମୁଖପାତ୍ର ପ୍ରତୁଲ ଶାହାଦେଓ କହିଛନ୍ତି, ସୋରେନଙ୍କ ଅଭିଯୋଗ ଅଯୌକ୍ତିକ ଏବଂ ହାସ୍ୟାସ୍ପଦ । ସୋରେନ ବିଜେପିକୁ ନେଇ ମହିଳା ବିରୋଧୀ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ ଏଭଳି ଅଭିଯୋଗ ଅ ।ଣିଛନ୍ତି ।

Related posts

ମାଲ୍ୟାଙ୍କ ସମ୍ପତ୍ତି ବିକି ଋଣ ସଂଗ୍ରହ ପାଇଁ ମିଳିଲା ଅନୁମତି

mahabharatanews

ସୀମାପାର ଅସ୍ତ୍ର ଚାଲାଣ ଅଭିଯୋଗରେ ୩ ଗିରଫ

mahabharatanews

ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ

mahabharatanews