Uncategorized

ଦେଶରେ କରୋନାକୁ ପ୍ରତିହତ କରିବାରେ ଗୋଆ ସଫଳ

ପାଣାଜୀ: ଆଜି ସକାଳ ସୁଦ୍ଧା ଦେଶରେ ୧୭୨୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୫୪୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ସବୁଠାରୁ ବଡକଥା ଏପର୍ଯ୍ୟନ୍ତ ଗୋଆରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଗୋଆ ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟର ମାନ୍ୟତା ପାଇଛି। ଗୋଆରେ ଜଣେ ବି କରୋନା ସଂକ୍ରମିତ ରୋଗୀ ନ ଥିବାରୁ ଏହା ଏବେ ଗ୍ରିନ୍‌ ଜୋନ୍‌ ତାଲିକାରେ ସାମିଲ ହୋଇଛି। କିଛି ଦିନ ତଳେ ଗୋଆରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଥିଲା। ଏଥିରେ ୬ଜଣ ବିଦେଶୀ ରହିଥିଲେ। କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ଶେଷ ୭ ଜଣ ସୁସ୍ଥ ହୋଇଯାଇଛନ୍ତି। ଗୋଆ ଏବେ ସଂପୂର୍ଣ୍ଣ ରୂପେ କୋଭିଡ୍‌-୧୯ରୁ ମୁକ୍ତ। ଫଳରେ ରବିବାର ଗୋଆ ପ୍ରଶାସନ ଏ ସଂପର୍କରେ ସୂଚନା ପ୍ରଦାନ କରି ଗୋଆ କରୋନା ମୁକ୍ତ ହେବାରେ ଭାରତରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଟ୍ବିଟ୍‌ କରି କହିଛନ୍ତି ଯେ ଗୋଆ କରୋନା ମୁକ୍ତ ରାଜ୍ୟ ହେବା ଖୁସିର ବିଷୟ। ନିଜର କଠିନ ପରିଶ୍ରମ ଓ ସେବା ଦ୍ବାରା ରୋଗୀମାନଙ୍କୁ ସୁସ୍ଥ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଧନ୍ୟବାଦର ପାତ୍ର। ଏପ୍ରିଲ୍‌ ୩ ତାରିଖ ପରେ ଗୋଆରେ ଆଉ କେହି ସଂକ୍ରମିତ ହୋଇନାହାନ୍ତି ଏବଂ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଯଦିଓ ଗୋଆ କରୋନା ମୁକ୍ତ ରାଜ୍ୟ ହୋଇଛି, ତଥାପି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜାରି କରାଯାଇଥିବା ଲଡ୍‌ଡାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି। ଗୋଆର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍‌ ରାଣେ କହିଛନ୍ତି ଯେ କୋଭିଡ୍-୧୯ ଆକ୍ରାନ୍ତ ସଂଖ୍ୟା ‘ଶୂନ’ ହେବା ବାସ୍ତବରେ ଏକ ବଡ଼ ସଫଳତା ।

Related posts

ମୌଲାନା ସାଦ ନାମରେ ମନି ଲଣ୍ଡରିଂ ମାମଲା

mahabharatanews

ଗତ ୨୪ ଘଣ୍ଟାରେ ୯୨,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୬ ମୃତ

mahabharatanews

କରୋନା ଔଷଧ ତିଆରି କଲା ଥାଇଲାଣ୍ଡ

mahabharatanews