Uncategorized

ହୋଲି ଛୁଟିରେ ଅବକାଶ ପୀଠ କାର୍ଯ୍ୟକରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ବହୁ ମହତ୍ୱପୂର୍ଣ୍ଣ ଯାଚିକା ପଡିରହିଥିବ।ରୁ ହୋଲି ପାଇଁ ଥିବା ୭ ଦିନ ଛୁଟିରେ ସେହିସବୁ ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ଏକ ଅବସରକାଳୀନ ଖଣ୍ଡପୀଠ କରିବେ ବେ।।ଲି ଆଜି ମୁଖ୍ୟ ବିଚାରପତି ଶରତ ଅରବିନ୍ଦ ବୋବଡେ ନିଷ୍ପତ୍ତି ନେଇଛନ୍ତି । ଏହି ଅବକାଶକାଳୀନ ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯିବ । ବୋବଡେ କହିଛନ୍ତି, ସପ୍ତାହ ବ୍ୟାପୀ ହେବାକୁ ଥିବା ହୋଲି ଛୁଟି ସମୟରେ ଅବକାଶ ପୀଠ କାମ କରିବ । ହୋଲି ଦିନକୁ ଛାଡି ସମସ୍ତ ଛୁଟି ଦିନରେ ଖଣ୍ଡପୀଠରେ କାର୍ଯ୍ୟହେବ । ଫଳରେ ଅବକାଶକାଳୀନ ଖଣ୍ଡପୀଠ ବର୍ଷରେ ଦୁଇଥର କାମ କରିବ । ପୂର୍ବରୁ ଗ୍ରୀଷ୍ମ ଛୁଟି ସମୟରେ ଅବସରକାଳୀନ ଖଣ୍ଡପୀଠ ସୁପ୍ରିମ କୋର୍ଟରେ କାର୍ଯ୍ୟକରୁଥିଲେ । ଆଜି ଜଣେ ଓକିଲ ହୋଲି ଛୁଟି ପାଇଁ ତାଙ୍କ ମାମଲାର ତତ୍କାଳ ଶୁଣାଣି କରିବାକୁ ଅନୁରୋଧ କରିବାରୁ ମୁଖ୍ୟ ବିଚାରପତି ଏହି ନିଷ୍ପତ୍ତି ନେଇଛନ୍ତି ।

Related posts

ତାଣ୍ଡବ ରଚିଲା ତୋଫାନ୍

mahabharatanews

କଂଗ୍ରେସର ପୋଷ୍ଟରରେ ରାହୁଲଙ୍କ ଭୋଜପୁରୀ ଅବତାର

mahabharatanews

୩ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

mahabharatanews