Uncategorized

୩ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ତିନି ଦଫା ଦାବି ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର ବିଫଳତା, ଜାତୀୟ ରାଜପଥ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଅପରାଧୀମାନଙ୍କୁ ଜିଲ୍ଲା ପୋଲିସ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ସମୟରେ ଏହା ଏକପ୍ରକାର ମରଣ ଯନ୍ତା ପାଲଟିଛି । ତେଣୁ ଜାତୀୟ ରାଜପଥ ଅଧିକାରୀଙ୍କ ଏହିପରି ବେପରୁଆ ମନୋଭାବ ଯୋଗୁଁ ୩ ବର୍ଷ ମଧ୍ୟରେ ପାଖାପାଖି ୫୦୦ ଜଣ ମୃତ୍ୟୁ ମୁଖରେ ପଢିଲେଣି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏନେଇ ବିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ବୈତରଣୀ ନଦୀ ବନ୍ୟାରେ ଭଣ୍ଡାରିପୋଖରୀ, ଧାମନଗର, ତିହିଡ, ଚାନ୍ଦବାଲି ବ୍ଲକ ରେ ବହୁ ଲୋକ ଏବଂ ହେକ୍ଟର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଏହି ବନ୍ୟା ପରିସ୍ଥିତି ମୁକାବଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ ଆଣିବା ସହ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ଆଗାମି ୧୦ ଦିନ ମଧ୍ୟରେ ଦାବି ପୂରଣ ନହେଲେ ବାଧ୍ୟ ହୋଇ ରାଜରାସ୍ତା ଅବରୋଧ କରାଯିବ ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ ଓ ଜିଲ୍ଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related posts

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ

mahabharatanews

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews

ବଦଳିଲା ଏମଏନଏସ ପତାକା

mahabharatanews