Uncategorized

ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, ୩୫୦୦ରୁ ଉଦ୍ଧ୍ୱର୍ ଅଟକ

(ଲକ୍ଷେ୍ନø): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ହୋଇଥିବା ଏହି ଆନ୍ଦୋଳନ ଏବେ ଲକ୍ଷେ୍ନøରେ ଉଗ୍ର ରୂପ ଧାରଣ କରିଛି । ପୋଲିସ ଏପର୍ଯ୍ୟନ୍ତ ୧୫୦ ଲୋକଙ୍କୁ ଗିରଫ କରିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି । ଏହାସହ ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ଗତ ଗୁରୁବାର ଲକ୍ଷେ୍ନøରେ ଜଣେ ଆନ୍ଦୋଳନକାରୀ ପୋଲିସ ଗୁଳିରେ ନିହତ ହେବାରୁ ଏଠାରେ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି । ଫଳରେ ଶୁକ୍ରବାର ରାଜ୍ୟରେ ସିଏଏ ବିରୋଧରେ ପ୍ରତିବାଦ ତୀବ୍ର ହେବାରୁ ୩ ହଜାର ୫୦୦ରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୨୦୦ ଜଣ ଲକ୍ଷେ୍ନøର ବୋଲି ଜଣାପଡିଛି । ଏହାସହ ୟୁପିର ୧୪ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ହିଂସା ବଢିବା ଆଶଙ୍କାରେ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସାମୟିକ ଭାବେ ଏସଏମଏସ ଏବଂ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଶ୍ୱିନୀ କୁମାର ଅୱସ୍ତି ସମସ୍ତ ଟେଲିକମ୍ ଓ ଇଣ୍ଟରନେଟ ସେବା ଯୋଗାଣକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷେ୍ନø ବ୍ୟତୀତ ସହରଣପୁର, ମିିରଟ, ଶମଲି, ମୁଜାଫରନଗର, ଗାଜିଆବାଦ, ବରେଲୀ, ମାଉ, ସମ୍ଭଲ, ଆଜମଗଡ, ଆଗ୍ରା, କାନପୁର, ଉନ୍ନାଓ ଏବଂ ମୋରାଦାବାଦ ଆଦି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ହିଂସା ପ୍ରପୀଡିତ ଅଞ୍ଚଳରେ ଶୁକ୍ରବାର ସକାଳେ ପୋଲିସ ଫ୍ଲାଗ ମାର୍ଚ କରିଥିଲା ।

Related posts

କରୋନା ଟୀକା ତଥ୍ୟ ଚୋରାଉଛି ଚୀନ: ଆମେରିକା

mahabharatanews

ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତ କାଳରେ ମହନ୍ତ ନଜରବନ୍ଦ

mahabharatanews

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

mahabharatanews