ଓଡିଶା

୧୨୧ ରାଜ୍ୟ ଫେରନ୍ତା ଶ୍ରମିକଙ୍କୁ କ୍ୱାରେଣ୍ଟାଇନକୁ ପଠାଇଲା ପ୍ରଶାସନ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ଲକଡାଉନ ପାଇଁ ସମସ୍ତ ରାଜ୍ୟ ସୀମାନ୍ତ ସିଲ ହେବା ସତ୍ୱେ ମଧ୍ୟ ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକମାନେ ଲୁଚିଛପି ଚାଲି ଚାଲି ଆସିବାକୁ ପଛାଉ ନାହାଁନ୍ତି । ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ,ତେଲାଙ୍ଗନା,ଭଦ୍ରାଚଳମ ଅଚଂଳକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ଲକଡାଉନ ପାଇଁ ଗତ ଦୁଇଦିନ ମଧ୍ୟରେ ୧୨୧ଜଣ ଶ୍ରମିକ ଶହ ଶହ କିଲୋମିଟର ଚାଲି ଚାଲି ସୀମାନ୍ତ ମୋଠୁ ଠାରେ ପହଁଚିବା ପରେ ସେଠାରେ ସେମାନଙ୍କୁ ଜିଲ୍ଲାପ୍ରଶାସନ ଅଟକାଇ କ୍ୱାରେଟାଂଇନ ଗୃହକୁ ପଠାଇଦେଇଛନ୍ତି । ଲକଡାଉନ ସମୟରେ ଯାନବାହନ ଚଳାଚଳ କରୁନଥିବାରୁ ବିଭିନ୍ନ ରାଜ୍ୟକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ପଳାଇ ଆସୁଥିବାର ଜଣାପଡିଛି । ଆନ୍ଧ୍ରପ୍ରଦେଶ କୁ କାମକରିବାକୁ ଯାଇଥିବା ୫୬ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମୋଠୁ ସିଲେରୁ ନଦୀର କାଲେରୁ ପୋଲ ପାରହୋଇ ମାଲକାନଗିରି ଜିଲ୍ଲାକୁ ଫେରୁଥିବାର ଖବର ପାଇ ମୋଠୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର, ମୋଠୁ ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରମୁଖ ମୋଠୁ କାଲେରୁ ପୋଲ ଚେକଗେଟ ନିକଟକୁ ଯାଇ ରାଜ୍ୟ ଫେରନ୍ତା ଶ୍ରମିକ ମାନଙ୍କୁ ସେଠାରେ ଅଟକାଇ ଥିଲେ । ସେମାନଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା ୫୬ଜଣ ପଡିଆ,କାଲିମେଳା ବ୍ଲକ ଅଚଂଳର ସେମାନେ ଆନ୍ଧ୍ରପ୍ରଦେଶ ଭଦ୍ରାଚଳମ ଓ ହାଇଦ୍ରାବାଦ କୁ କାମକରିବାକୁ ଯାଇଥିଲେ । ଲକଡାଉନ ହୋଇ ଯାଇଥିବାରୁ କାମବନ୍ଦ ହୋଇଗଲା କେତେ ଦିନ ସେମାନେ ସେଠାରେ ପଡି ରହିବେ ତେଣୁ ସେମାନେ ସେଠାରୁ ଚାଲି ଚାଲି ଆସିଛନ୍ତି ବୋଲି କହିଥିଲେ । ଏହି ଶ୍ରମିକ ମାନଙ୍କୁ ଚେକଗେଟ ନିକଟରେ ଅଟକାଇ ଦୁଇଟା ଲେଖା ମାସ୍କ ପିନ୍ଧିବାକୁ ଦେଇ ଜଳଖିଆ ଖାଇବାକୁ ଦିଆଯାଇଥିଲା । ବାହାର ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ୧୪ଦିନ ପାଇଁ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଯାଇଛି । ଠିକ ସେହିପରି ଗତ କାଲି ସଂନ୍ଧ୍ୟାରେ ୬୫ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ରୁ ଚାଲି ଚାଲି ପଳାଇଆସି ମୋଠୁ ଠାରେ ପହଁଚିଥିଲେ । ସେମାନଙ୍କୁ ତହସିଲାଦାର,ଥାନା ଅଧିକାରୀ ଅଟକ ରଖି ଲକଡାଉନ ନିୟମ ପାଳନ ର ଜନ ସଚେତନତା ବାର୍ତା ଦେବା ସହିତ, ମୋଠୁ ଅଚଂଳର ମା ତାରାତାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ମାସ୍କ,ହାତଧୋଇବା ପାଇଁ ସାବୁନ, ଚୁଡା, ଗୁଡ ପ୍ରଦାନ କରାଯାଇଥିଲା । ସମସ୍ତ ରାଜ୍ୟ ଫେରନ୍ତା ଶ୍ରମିକ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ଏମପିଭି ୮୨,ଏମପିଭି ୮୩କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଯାଇଛି । ଏହି ଶ୍ରମିକ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୭ଜଣ ଶ୍ରମିକ ଅଛନ୍ତି । ଗତ ସାତଦିନ ମଧ୍ୟରେ ମୋଠୁ ସୀମାନ୍ତରୁ ପ୍ରାୟ ୩୦୦ରୁ ଉର୍ଦ୍ଦ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇ କ୍ୱାରେଟାଂଇନ ଗୃହରେ ରଖାଯାଇଥିବାର ଜଣାପଡିଛି ।

Related posts

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

mahabharatanews

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

mahabharatanews

ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା

mahabharatanews