Uncategorized

୧୫୮ ଲିଟର ଦେଶୀ ମଦ ଜବତ, ୪ ଗିରଫ

(ମହାଭାରତ, ବସ୍ତା): ବସ୍ତା ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ପ୍ରସ୍ତୁତ ଆଡ୍ଡା ଉପରେ ଚଢଉ ହୋଇଛି । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ଆଡ୍ଡାରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ସୂଚନା ଅନୁଯାୟୀ, ବସ୍ତା ଅଞ୍ଚଳରେ ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଅବକାରୀ ବିଭାଗକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ବସ୍ତା ଅବକାରୀ ଏସପି ବିବେକାନନ୍ଦ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବସ୍ତା ଓ ବାଲିଆପାଳର ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ବେଳେ ୧୫୮ ଲିଟର ଦେଶୀ ହାତ ରନ୍ଧା ମଦ ସହ ଗୋଟିଏ ବାଇକ୍ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡାରୁ ଜବତ ହୋଇଛି । ଅବକାରୀ ପୋଲିସ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

କାଶ୍ମୀର ପଣ୍ଡିତ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

mahabharatanews