Uncategorized

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ଅନେକ ସମୟରେ ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ପରି ଏକ ମହା ମିଳନର ଦୃଶ୍ୟ ୫ଦିନ ଧରି ଦେଖିବାକୁ ମିଳିବ ତିନି ଦିନ ଧରି । ୧୫. ୧୬ ଓ ୧୭ ଏପ୍ରିଲରେ ୪ ଗ୍ରହଙ୍କ ମିଳନର ବିରଳ ଦୃଶ୍ୟ ଦେଖିବାକୁ ମଳିବ । ଏହି ଦିନ ଗୁଡିକରେ ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହ ଚନ୍ଦ୍ରର ନିକଟତର ହେବେ। ପାଖାପାଖି ରହି ପ୍ରତିଦିନ ଭୋର୍‌ ସମୟରେ ଉତ୍ତର-ପୂର୍ବ ଦିଗ୍‌ବଳୟ ଉପରେ ଏକ ଘଣ୍ଟା ଧରି ଦୃଶ୍ୟମାନ ହେବେ, ଯାହାକୁ ସାଧାରଣ ଲୋକେ ଖାଲି ଆଖିରେ ଦେଖିପାରିବେ। ସେହିପରି ଶୁକ୍ର ଗ୍ରହ ଖୁବ୍‌ ଉଜ୍ଜ୍ୱଳ ହୋଇ ପଶ୍ଚିମ ଆକାଶର ସନ୍ଧ୍ୟା ସମୟରେ ୩ ଘଣ୍ଟା ଧରି ଏପ୍ରିଲ୍‌ ଶେଷ ପର୍ୟ୍ୟନ୍ତ ଦେଖାଯିବେ। ଅନ୍ୟପକ୍ଷରେ ୨୬ ଓ ୨୭ ତାରିଖରେ ଶୁକ୍ରର ଖୁବ୍‌ ପାଖରେ ବାଙ୍କୁଲି ଚନ୍ଦ୍ର ଦୃଶ୍ୟମାନ ହେବ। ଫଳରେ ଏହା ବହୁତ ସ୍ପଷ୍ଟ ଭାବେ ଦେଖାଯିବ। ଏହି ବିରଳ ତଥା ସୁନ୍ଦର ଦୃଶ୍ୟକୁ ସମସ୍ତେ ଦେଖବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Related posts

କେଜରିୱାଲଙ୍କ ନିଆରା ଶପଥ; ସାମିଲ ହେବେ ସଫେଇ କର୍ମଚାରୀ

mahabharatanews

ରାଷ୍ଟ୍ରପତି ଭବନରେ କରୋନା: ୧୨୫ ପରିବାରକୁ ସେଫ ଆଇସୋଲେସନ ନିର୍ଦ୍ଦେଶ

mahabharatanews

ଦେଶର ସମସ୍ତ ସମବାୟ, ରାଜ୍ୟ ସହକାରୀ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବା ନିଶ୍ଚିତ

mahabharatanews