ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପେ ଭୂପେନ୍ଦ୍ର ପଟେଲଙ୍କ ଶପଥପାଠ। ପଟେଲ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ଗୁଜରାଟ ତ ରାଜଭବନରେ ପଟେଲଙ୍କ ଶପଥ ସମାରୋହ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ରାଜ୍ୟପାଳ ଆଚାର୍ଯ୍ୟ ଦେବ୍ରାତ ମୁଖ୍ୟମନ୍ତ୍ରୀ ପଦ ଓ ଗୋପୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ଅନେକ ବଡ ବଡ ନେତା ସାମିଲ ଥିଲେ।