ଓଡିଶା

୧୭ ପରେ ସରକାରର ପଦକ୍ଷେପକୁ ନେଇ ସୋନିଆଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: କରୋନା ଭୟାବହତା ମଧ୍ୟରେ କେନ୍ଦ୍ର ସରକାର ଦୁଇ ଥର ଲକଡାଉନ ବୃଦ୍ଧି କରିଥିବା ବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଗାମୀ ପଦକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି । ଲକ୍‌ଡାଉନକୁ ନେଇ କେନ୍ଦ୍ରର ପରବର୍ତ୍ତୀ ଆଭିମୁଖ୍ୟ କଣ ବୋଲି ସୋନିଆ ଆଜି ପଚାରିଛନ୍ତି । କଂଗ୍ରେସ୍ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ସୋନିଆ ଏ ପ୍ରଶ୍ନ ଉଠାଇଛନ୍ତି।

ମେ ୧୭ ତାରିଖ ପରେ କ’ଣ ହେବ? ମେ ୧୭ ପରେ କେମିତି ହେବ? ଲକ୍‌ଡାଉନ୍ ଓ କେତେ ଦିନ ଚାଲିବ, କେଉଁ ସୂତ୍ରକୁ ଭିତ୍ତିକରି ସରକାର ବିଚାର କରୁଛନ୍ତି ବୋଲି ବୈଠକରେ ସୋନିଆ ପ୍ରଶ୍ନ କରିଛନ୍ତି । ବୈଠକରେ ଉପସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ, ଆମେ ଜାଣିବା ଆବଶ୍ୟକ କରୁଛୁ, ଲକ୍‌ଡାଉନ୍ ୩. ୦ ପରେ କ’ଣ ହେବ?

କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କରୋନାଭାଇରସ୍ ମହାମାରୀର ପ୍ରଭାବ କିପରି ରହିଛି, ତାହା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସଂକ୍ରମଣ ଦମନ ପାଇଁ କି, ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିଥିଲେ ।

Related posts

ବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନ

mahabharatanews

ଧୋଇଗଲା ଅସ୍ଥାୟୀ ପୋଲ,ଯୋଗାଯୋଗ ବିଚ୍ଛିନ୍ନ

mahabharatanews

ବୋଥ୍ରାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

mahabharatanews