Uncategorized

ପଲିମର କାରଖାନା ଗ୍ୟାସ ଲିକ: ୮ମୃତକଙ୍କ ମଧ୍ୟରେ ଜଣେ ମହିଳା, ଶିଶୁ

ବିଶାଖାପାଟଣା: ବିଶାଖାପାଟନମର ‌ଆରଆର ଭେଙ୍କଟପୂରମ ଓ ଏହା ଆଖପାଖ ଅଞ୍ଚଳରେ ଆଜି ଭୋର ସମୟରେ ଏକ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ଗ୍ୟାସ ପ୍ରଭାବରେ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି ।
ଆଜି ଭୋର ୪ଟା ସମୟରେ କାରଖାନାରୁ ହଠାତ୍ ଗ୍ୟାସ ଲିକ ହୋଇଥିଲା । ଭେଙ୍କଟପୂରମରେ ଥିବା ଏଲଜି ପଲିମର କମ୍ପାନୀରୁ ଆଜି ଭୋରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଧୀରେ ଧୀରେ ଗ୍ୟାସ ପୂରା ଅଞ୍ଚଳକୁ ବ୍ୟାପିଯାଇଥିଲା। ବିଷାକ୍ତ ଗ୍ୟାସ ଯୋଗୁ ଲୋକଙ୍କ ଚର୍ମ ଜଳାପୋଡ଼ା ହେବା ସହିତ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେଉଥିଲା। କେବଳ ମଣିଷ ନୁହଁନ୍ତି। କୁକୁର ଓ ଅନ୍ୟ ପଶୁପକ୍ଷୀମାନେ ଏହି ଗ୍ୟାସ ଯୋଗୁ ବୁଲେଇ ବୁଲେଇ ହୋଇ ତଳେ ପଡ଼ିଯାଉଥିବା ଦେଖାଯାଇଥିଲା। ଅନେକ ସ୍ଥାନରେ ଗଛର ପତ୍ର ପୋଡ଼ିଯାଇଥିବା ଦେଖାଯାଇଛି। ଏହି ଗ୍ୟାସର ପ୍ରଭାବରେ କାରଖାନା ଆଖ ପାଖର ଲୋକେ ବେହୋସ ହୋଇ ଯିଏ ଯେଉଁଠି ଥିଲେ ରାସ୍ତାରେ ଖସି ପଡିଥିଲେ । ଖବର ପାଇ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଅସୁସ୍ଥଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଅଞ୍ଚଳକୁ ଖାଲି କରାଇଛି ।

Related posts

ସିଂହାସନରେ କାଳିୟ ଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

mahabharatanews

ଇରାନର ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ଭୁକମ୍ପ

mahabharatanews

ଦେଶରେ ବିକଟ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୩୫୬୧ ଆକ୍ରାନ୍ତ, ୮୯ ମୃତ୍ୟୁ

mahabharatanews