ଓଡିଶା

୧୮ ବର୍ଷରୁ କମ୍ ୩ ଜଣ ଶିଶୁ ଶ୍ରମିକ ରାସ୍ତା ନିର୍ମାଣ କାର୍ୟ୍ୟରେ ନିୟୋଜିତ

(ମାଲକାନଗିରି/ସୂର୍ଯକାନ୍ତ ବେହେରା): ରାଜ୍ୟ ସାରା ଲୋକଡାଉନ ଜାରି ରହିଥିବା ବେଳେ ଗ୍ରୀନ ଜୋନରେ ଆସୁଥିବା କିଛି ଜିଲ୍ଲାରେ ଲକଡାଉନକୁ କୋହଳ କରି ମନରେଗା କାମ ସହ ଅସମ୍ପୂର୍ଣ୍ଣ କାମ ଗୁଡ଼ିକ ସମ୍ପୁର୍ଣ୍ଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ପଡିଆ ବ୍ଲକର ବାପାନପଲ୍ଲୀ-ରୋଡନପାଲ୍ଲୀ ମୁଖ୍ୟ ରାସ୍ତାର କୁଞ୍ଜଗୁଡା ଗ୍ରାମ ନିକଟରେ ନିର୍ମାଣ କାର୍ୟ୍ୟ ଚାଲୁଥିବା ବେଳେ ପ୍ରାୟ ୩ ଜଣ ଶିଶୁ ଶ୍ରମିକ ଏଠାରେ ଏହି ନିର୍ମାଣ କାମରେ ନିୟୋଜିତ ଥିଲେ । କୋରାନା ଭୟ ବେଳେ ସେମାନେ ମାସ୍କ ମଧ୍ୟ ବ୍ୟବହାର କରି ନ ଥିବା ଦେଖିବାକୁ ମିଳିଥିଲା । ଏହି ନାବାଳକଙ୍କୁ ପଚାରିବାରୁ ସେମାନେ ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିବା ସହ ୩ ଜଣଙ୍କ ବୟସ ୧୮ ବର୍ଷ ରୁ କମ୍ ହେବ ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ଶିଶୁଙ୍କ ସୁରକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କାଲିମେଳା-ପଡିଆ ମୁଖ୍ୟ ରାସ୍ତା ଠାରୁ ମାତ୍ର ୧କିମି ଦୂରରେ ଶିଶୁ ଶ୍ରମିକର ଏଭଳି କରୁଣ ଦୃଶ୍ୟ ବିଭାଗର ଢିଲାପଣକୁ ସୁଚାଉଛି । ଏ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ଅନ୍ୟପଟେ ଏ ନେଇ ଚାଇଲଡ଼ ଲାଇନ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଫୋନ ଉଠାଇନ ଥିଲେ । ରାସ୍ତା ନିର୍ମାଣ କାମରେ ଶିଶୁ ଶ୍ରମିକ ଏଭଳି ନିୟୋଜିତ ହେବା ଘଟଣାକୁ ପ୍ରଶାସନ ପକ୍ଷରୁ ଗୁରୁତର ସହ ନିଆଯାଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Related posts

ଓଏସ୍ଏସଟିଇଟି ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ

mahabharatanews

୨୫ ଯାଏ ସମୁଦ୍ରକୁ ମନା

mahabharatanews

ଡେଟରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ

mahabharatanews