Uncategorized

୨୨ରେ ମିଳିବନି ଫାଶୀ ଗୃହ ମନ୍ତ୍ରଣାଳୟରେ ମୁକେଶର ଦୟା ଯାଚିକା

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମର ଆରୋପୀ ମୁକେଶର ଦୟା ଯାଚିକା ପଟିଆଲା ହାଉସ କୋର୍ଟ ନିର୍ଭୟା କେଶର ଅନ୍ୟତମ ଦୋଷୀ ମୁକେଶ ସିଂହଙ୍କ ଯାଚିକା ଉପରେ ଶୁଣାଣି କରି ଫାଶୀ ଉପରେ ସ୍ଥଗିତା ଦେଶ ଜାରି କରିଛନ୍ତି । ସ୍ଥଗିତାଦେଶ ପରେ ଦୋଷୀଙ୍କ ଫାଶୀ ଜାନୁଆରୀ ୨୨ରେ ଦିଆଯିବ ନାହିଁ । ଏଥିନେଇ ଜେଲ ଅଧିକାରୀଙ୍କୁ ଲିଖିତ ଭାବେ ଦେବାକୁ ହେବ କି, ୨୨ ଜାନୁଆରୀକୁ ଫାଶୀ ଦିଆଯିବ ନାହିଁ । ଏହା ପୂର୍ବରୁ ଗୁରୁବାର ଦିନ ଦିଲ୍ଲୀ ସରକାର ଏକ ରିପୋର୍ଟ ଦାଖିଲ କରିଥିଲେ କି, ମୁକେଶର ଦୟା ଯାଚିକା ଦିଲ୍ଲୀ ସରକାର ଖାରିଜ ପରେ ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିଲା । ନିର୍ଭୟା ଗଣ ଦୁଷ୍କର୍ମର ଆରୋପୀ ମୁକେଶର ଦୟା ଯାଚିକା ଦିଲ୍ଲୀ ସରକାର ଖାରିଜ କରି ଉପରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିଲା, ଯାହାକୁ ଗୁରୁବାର ଦିନ ଉପରାଜ୍ୟପାଳ ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି । ଏସମ୍ପର୍କରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ସରକାର ତାର ସୁପାରିଶ ଉପରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି । ଏଥିରେ ମୁକେଶର ଦୟା ଯାଚିକା ଖାରିଜ କରିବାକୁ ସୁପାରିଶ କରାଯ।।ଇଛି । ତେବେ ବର୍ତ୍ତମାନ ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦେଖିବାର ଅଛି ।

ସୂଚନା ଯୋଗ୍ୟ, ଜାନୁଆରୀ ୨୨ରେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ଦିଲ୍ଲୀ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ଏହା ଉପରେ ସ୍ଥଗିତାଦେଶ ପାଇଁ ଦିଲ୍ଲୀ ସରକାର ହାଇକୋର୍ଟଙ୍କ କହିଛି, ଯାଚିକା ରାଷ୍ଟ୍ରପତିଙ୍କ ସମ୍ମୁଖରେ ଥିବାରୁ ଫାଶୀ ଦିଅ।।ଯାଇ ପାରିବ ନାହିଁ । ସରକାର ଆହୁରି କହିଛି, ଯେପର୍ଯ୍ୟନ୍ତ ଦୋଷୀଙ୍କ ପାଖରେ କୌଣସି ବି ଆଇନଗତ ବିକଳ୍ପ ଥିବ ସେପର୍ଯ୍ୟନ୍ତ ଦଣ୍ଡ ଦିଆଯାଇ ପାରିବ ନାହିଁ । ଅପର ପକ୍ଷରେ ଦିଲ୍ଲୀ ହାଇକୋର୍ଟ ମୁକେଶର ଯାଚିକାକୁ ଖାରିଜ କରିଦେଇଥିଲେ । ଏହା ପରେ ମୁକେଶ ଟ୍ରାଏଲ କୋର୍ଟଙ୍କ ମାଧ୍ୟମରେ ଦୟା ଯାଚିକା ଉପରେ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଡେଥ ୱାରେଣ୍ଟ ଉପରେ ସ୍ଥଗିତାଦେଶ ଦେବାକୁ ଗୁହାରି କରିଛି ।

Related posts

ବିମାନ ବାତିଲ: ଇରାନରେ ଫସିଗଲେ ୨ ଭାରତୀୟ

mahabharatanews

କରୋନାକୁ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା ନ କରିବାକୁ ଚୀନ ଦେଇଥିଲା ଧମକ

mahabharatanews

ଦେଶରେ ୨.୧୮ କୋଟି ଟୀକା ଉପବବ୍ଧ ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ 

mahabharatanews

Leave a Comment