ଅପରାଧ

ଛତିଶଗଡରେ ନକ୍ସଲଙ୍କ ଅଗ୍ନିକାଣ୍ଡ, ଜାଳିଦେଲେ ୩ ଗାଡି

(ମହାଭାରତ, ରାୟପୁର): ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର ଜିଲ୍ଲାର କୁଟରୁରେ ନକ୍ସଲମାନେ ଅଗ୍ନିକାଣ୍ଡ ଘଟାଇଛନ୍ତି । ଏଠାରେ ରାସ୍ତାକାମରେ ନିୟୋଜିତ ଥିବା ୩ଟି ଗାଡିରେ ନିଆଁ ଲଗାଇ ଜାଳି ଦେଇଛନ୍ତି । ନକ୍ସଲଙ୍କ ଏଭଳି କାଣ୍ଡ ଦେଖି ଠିକା କାମରେ ନିୟୋଜିତ ଥିବା କର୍ମଚାରୀମାନେ ଭୟଭୀତ ହୋଇଛନ୍ତି । ତେବେ ରାସ୍ତାକାମକୁ ବିରୋଧ କରି ନକ୍ସଲମାନେ ଏଭଳି କାମ କରିଥିବା ଜଣାପଡିଛି । ତେବେ ଛତିଶଗଡରେ ନକ୍ସଲମାନେ ଏଭଳି କାମ ପୂର୍ବରୁ ମଧ୍ୟ କରିଛନ୍ତି । ଗତବର୍ଷ ନଭେମ୍ବରରେ ନାରାୟଣପୁର ଜିଲ୍ଲାରେ ୫ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ନାରାୟଣପୁର ଜିଲ୍ଲାର ମାଡୋନର ଗାଁରେ ରାସ୍ତାକାମ ଚାଲିଥିବା ବେଳେ ନକ୍ସଲମାନେ ଅଚାନକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ ।

Related posts

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

mahabharatanews

୧ କେଜି ବ୍ରାଉନ ସୁଗାର ଜବତ: ୬ ଗିରଫ

mahabharatanews

ବାଇକ୍ ଲୁଟେରା ଗିରଫ

mahabharatanews