ଭାରତରାଜନୀତି

୨୪ ଘଣ୍ଟାରେ ନିଷ୍ପତ୍ତି ବଦଳାଇଲେ ଅଖିଳେଶ ଯାଦବ

ଦିଲ୍ଲୀ : ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି। ତେବେ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ରାଜ୍ୟସଭା ଯିବେ ବୋଲି ମନସ୍ଥ ହୋଇଥିଲା । କିନ୍ତୁ ମାତ୍ର ୨୪ ଘଣ୍ଟା ଭିତରେ ପୂରା ଗେମ୍ ପ୍ଲାନକୁ ବଦଳାଇ ଦେଇଥିଲେ ଅଖିଳେଶ ଯାଦବ । ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ସପା ଏବଂ ଆର୍‌ଏଲ୍‌ଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଡିମ୍ପଲ ଯାଦବଙ୍କ ସ୍ଥାନରେ ଜୟନ୍ତ ଚୌଧୁରୀଙ୍କ ଘୋଷଣା କରାଯାଇଛି । ତେବେ କାହିଁକି ଶେଷ ମୁହୁର୍ତ୍ତରେ ଡିମ୍ପଲଙ୍କ ନାଁ କଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ଦଳ 3 ଜଣଙ୍କ ନାଁ ଘୋଷଣା କରିସାରିଛି । ଏହି ତାଲିକାରେ ବରିଷ୍ଠ ଓକିଲ କପିଲ ଶିବଲ, ଆରଏଲଡି ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ, ଜାଭେଦ ଅଲ୍ଲୀ ସାମିଲ ଅଛନ୍ତି । ଆଜି ସକାଳେ ଅଖିଲେଶ ଯାଦବ ଜୟନ୍ତ ଚୌଧୁରୀଙ୍କୁ ଫୋନ୍‌ କରି ଏହି ସୂଚନା ଦେଇଛନ୍ତି।

Related posts

ଫାଇନାଲ ଦେଖିବେ ପ୍ରଧାନମନ୍ତ୍ରୀଙ୍କ ସହ ଅମ୍ବାନୀ ଏବଂ ଆଦାନୀ

mahabharatanews

ହାପି ବାର୍ଥଡେ ମୋଦୀ ଜୀ ; ଜନ୍ମଦିନରେ ପଢନ୍ତୁ, ମୋଦୀଙ୍କ ଜୀବନ କାହାଣୀ….

mahabharatanews

ତାମିଲନାଡୁରେ ପ୍ରବଳ ବର୍ଷା; ଆଜି ସ୍କୁଲ ଛୁଟି

mahabharatanews