ଭାରତ

ଫାଇନାଲ ଦେଖିବେ ପ୍ରଧାନମନ୍ତ୍ରୀଙ୍କ ସହ ଅମ୍ବାନୀ ଏବଂ ଆଦାନୀ

(ଅହମଦାବାଦ) : ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ରବିବାର ଖେଳାଯିବ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବଢିଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ଦେଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ମଧ୍ୟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ରହିବେ। ସେହିପରି ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଜୟ ଦେବଗନ ମଧ୍ୟ ଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବାର ସମ୍ଭାବନା ରହିଛି।

 

ସୂଚନାନୁଯାୟୀ , ଗତ ୧୫ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ୧୬ ତାରିଖରେ ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩ ଓ୍ବିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା ।

Related posts

 ଶିବରାଜ ସିଂ ଚୌହାନଙ୍କ ରୋଡ ଶୋ’ 

mahabharatanews

ଅଲବିଦା ୨୦୦୦ ଟଙ୍କିଆ ନୋଟ୍ 

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews