ଓଡିଶା

୨୪ ତମ ଘୁମୁରା ଉତ୍ସବରେ କବି ସମ୍ମିଳନୀ

କଳାହାଣ୍ଡି: ୨୪ ତମ କଳାହାଣ୍ଡି ଘୁମୁରା ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ସୁକାନ୍ତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବନଲତା ଦେବୀ ଉପସ୍ଥିତ ଥିଲେ । କବି ତପନ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ସନ୍ତୋଷ କୁମାର ରଥ ସଭା କାର୍ଯ୍ୟ ପରିଚାଳନା କରିଥିଲେ । କବି ସତ୍ୟ ନାରାୟଣ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥବଲେ । ଏହାପରେ ହେମନ୍ତ ସାହୁ, ଡିଲେଶ୍ୱର ରଣା, ସୁଶୀଲ ବାଦ, ନଳିନୀ କାନ୍ତ ଦାସ, ସମିତା ପଟ୍ଟନାୟକ, ସୁମତି ମୁଣ୍ଡ, ଲିପ୍ତା ଦୁବେଙ୍କ ସଂଯୋଜନାରେ କବିତା ପାଠ ଆୟୋଜିତ ହୋଇଛି । ଉଥିରେ ଜୟଦରଥ ସୁନା, ସୁଧୀର କୁମାର ଧଙ୍ଗଡାମାଝୀ, ଯାଦବେନ୍ଦ୍ର ସାହା ଓ ବିଶ୍ୱରଞ୍ଜନ ପଣ୍ଡା ସହଯୋଗ କରିଥିଲେ ।

Related posts

କେନାଲ ବନ୍ଧ କଡରେ ପଡିଛି ୫ ବସ୍ତା ଗୋମାଂସ !

mahabharatanews

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

mahabharatanews

ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

mahabharatanews