(ମହାଭାରତ): ସମଗ୍ର ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିଚାଲିଛି । ଏଥିରୁ ବାଦ ପଡିନି ଭାରତ । ଆମ ଦେଶରେ କୋରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି । ଏହି ସଂକ୍ରମଣ ୧୩ଟି ରାଜ୍ୟରେ ବ୍ୟାପିଛି । ଏଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ତାମିଲନାଡୁର କୋଲାଥୁରସ୍ଥିତ ଏଭରୱିନ ସ୍କୁଲର ଷଷ୍ଠରୁ ୯ଶ୍ରେଣୀ ପର୍ଯ୍ୟନ୍ତ ୧୦୦୦ ଛାତ୍ରୀ କୋରୋନା ସୁରକ୍ଷା ବାର୍ତ୍ତା ପହଞ୍ଚଇବା ପାଇଁ ୨୫୦୦୦ ସାବୁନ ବ୍ୟବହାର କରି ଚିତ୍ର ଆଙ୍କିଛନ୍ତି ।
ଏହି ଚିତ୍ର ସହିତ ପିଲାମାନେ କିପରି ହାତ ଧୋଇବେ ତାହା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଚିତ୍ରଟି ଶେୟାର ହେବା ପରେ ଏହାକୁ ଅନେକ ୟୁଜର୍ସ ବେଶ ପ୍ରଶଂସା କରିଛନ୍ତି । ଆଉ କିଛି ୟୁଜର ଲେଖିଛନ୍ତି, ସାବୁନରେ ହାତ ଧୋଇବା କୋରୋନା ଭାଇରସର ଏକ ପ୍ରଭାବଶାଳୀ ପ୍ରତିରକ୍ଷା ହୋଇପାରେ । କିନ୍ତୁ ଏହାକୁ ପୂର୍ଣ୍ଣ ଭାବରେ ଏପରି ରୋକାଯାଇପାରିବନାହିଁ । ଏହି ଚିତ୍ରଟି ୧୦ ହଜାର ଲମ୍ବର ବର୍ଗ ଫୁଟର ହୋଇଥିବାବେଳେ ଏଥିରେ ହାତଧୁଆ ଚିତ୍ର ଅଙ୍କା ଯାଇଛି । ସ୍କୁଲର ସିନିୟର ପ୍ରିନ୍ସପାଲ ବି.ପୁରୁଷୋତ୍ତମ, ସିଇଓ ମିସ୍ ମାଗେଶ୍ୱରୀ, ପ୍ରିନ୍ସପାଲ ଏମ୍ କାଲିୟାରଶି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ ହେଉଛି ମୂଳ ଉଦ୍ଦେଶ୍ୟ ।