ଓଡିଶା

୨୬ରୁ ଭିତରକନିକା ବନ୍ଦ

(ମହାଭାରତ, କେନ୍ଦ୍ରାପଡା): ଆସନ୍ତା ୨୬ ତାରିଖରୁ ବନ୍ଦ ପର୍ଯ୍ୟଟକଙ୍କ ପାଇଁ ହେବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ଏହା ବନ୍ଦ ରହିବ । ପ୍ରତିବର୍ଷ ଜୁଆରକୁ ଲକ୍ଷ୍ୟ କରି ସାଧାରଣତଃ କୁମ୍ଭୀର ଗଣନା କରାଯାଇଥାଏ । ଏହି ସମୟରେ ସ୍ଥଳଭାଗରେ ଅଧିକ କୁମ୍ଭୀର ଦୃଶ୍ୟମାନ ହୋଇଥାନ୍ତି । ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ ନିଷେଧ କରିଥାଏ । କୁମ୍ଭୀର ବିଶାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଜାରି ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ, ପୁଣି ୧୬ ମୃତ୍ୟୁ

mahabharatanews

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାଶଙ୍କ ସ୍ମୃତିରେ ବୃକ୍ଷ ରୋପଣ

mahabharatanews