ଓଡିଶା

୨୮ରେ ଆସୁଛି ଆଉ ଏକ ଲଘୁଚାପ: ସ୍କାଏମେଟ

ଭୁବନେଶ୍ୱର: ଆଗୁ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ଲଘୁଚାପର ଆଶଙ୍କା ରହିଛି। ଏହି ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ମୁହାଁ ହେବା ନେଇ ସ୍କାଏମେଟ ଆକଳନ କରିଛି । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଆଁମୁ’ର ଏହା ଅଂଶ ବିଶେଷ ହେବ । ଡିଆଁମୁ କ୍ରମଶଃ ଦୁର୍ବଳ ହେବା ସହ ଭିଏତନାମ, ଥାଇଲାଣ୍ଡ ଅତିକ୍ରମ କରିବା ପରେ ଏବେ ମିଆଁମାର ଉପରେ ଲଘୁଚାପ ସ୍ଥିତିରେ ପହଞ୍ଚିଛି ।
ଏହା ଆହୁରି ଦୁର୍ବଳ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିବ ଓ ଘନୀଭୂତ ହୋଇ ଲଘୁଚାପ ରୂପ ନେବ ତଥା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଏହା ପ୍ରଭାବରେ ସେପ୍ଟେମ୍ବର ଶେଷରେ ଓଡ଼ିଶାରେ ବର୍ଷା ଲାଗି ରହିବ । ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ ।
ବାତ୍ୟା ‘ଗୁଲାବ’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ସବୁ ଜିଲାଗୁଡିକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ମଙ୍ଗଳବାରରୁ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

 

Related posts

୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

mahabharatanews

ଖୋଲିଲା ବାହାନଗା ସ୍କୁଲ୍

mahabharatanews

ଘାଟି ରାସ୍ତାରୁ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ

mahabharatanews