ଓଡିଶା

୨୮ ସୁଦ୍ଧା ସରିବ ଖାତାଦେଖା

(ଭୁବନେଶ୍ୱର) : ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସମିଟ୍ କରି ସୂଚନା ଦେଲେ ବୋର୍ଡ ସଭାପତି । ୧୪ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୨୮ ତାରିଖ ସୁଦ୍ଧା ଶେଷ ହେବ ।

ସୂଚନାନୁଯାୟୀ , ରେଜଲ୍ଟ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଡିଡିଟାଲ ସାର୍ଟିଫିକେଟ୍ ମିଳିବ । ମୋଟ୍ ୧୬ ହଜାର ଶିକ୍ଷକ ଖାତା ଦେଖାରେ ନିୟୋଜିତ ଅଛନ୍ତି । ଆଗକୁ ନିର୍ବାଚନ ଥିବାରୁ କିଛି ସମସ୍ୟା ରହିଛି, ହେଲେ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ । ନିକଟରେ ମାଟ୍ରିକ ପିଲାଙ୍କ ପରୀକ୍ଷା ସରିଛି । ତେବେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ମଧ୍ୟ ବହୁତ ଅପେକ୍ଷା କରିଛନ୍ତି  । ଆଗକୁ ନିର୍ବାଚନ ରହିଥିବାରୁ ସମସ୍ତେ ଆଶଙ୍କା ପ୍ରକାଶ କରୁଥିଲେ । କିନ୍ତୁ ସଠିକ ସମୟରେ ଫଳାଫଳ ବାହାରିବ ବୋଲି ସ୍ୱଷ୍ଟ ହୋଇଛି ।

Related posts

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews

ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

mahabharatanews

ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା

mahabharatanews