ଚିଲିକା/ ଦିବ୍ୟକାନ୍ତ ବେହେରା: ଚିଲିକା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେଶୀ ମଦ କାରବାର । ସ୍ଥାନୀୟ ଅବାକରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଧରପଗଡ ପରେ ବି ମଧ୍ୟ ଥମିବାର ନାଁ ଧରୁନି ଚୋରା ଦେଶୀ ମଦ ଏବଂ ମହୁଲି କାରବାର। ତେବେ ଆଜି ଭୋର ସମୟରେ ବାଣପୁର ବ୍ଲକରେ ଅବକାରୀ ବିଭାଗର ଚଢାଉ ବେଳେ ଜବତ ହୋଇଛି ୪୫୦ ଲିଟର ଦେଶୀ ମହୁଲି ଓ ୩ ଜଣଙ୍କୁ ଗିରଫ କରିଛି ବିଭାଗ ।
ଆଜି ଭୋର ସମୟରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଣପୁର ବ୍ଲକ କୋଷରଡା ଗାଁରେ ଚଢାଉ ହୋଇଥିଲା । ଚଢାଉ ବେଳେ ଅବକାରୀ ବିଭାଗ ୪୫୦ଲିଟର ଦେଶୀ ମହୁଲି ସହ ତିନୋଟି ବାଇକ୍ ଜବତ କରିଛି ଓ ତିନିଜଣଙ୍କୁ ଗିରଫ କରିଛି ।। ଗିରଫ ତିନିଜଣ ହେଉଛନ୍ତି ଗ୍ରାମର ପ୍ରଫୁଲ ଶବର(୨୩), ଲିଲୁ ଶବର(୨୬) ଏବଂ ଲକିଆ ଶବର (୫୦) । ଏମାନଙ୍କ ନାମରେ ୭୯,୮୦,୮୧/୨୧-୨୨ ନମ୍ବର ରେ କେଶ୍ ରୁଜୁ କରାଯାଇଛି ।