Uncategorized

୪ ଦିନିଆ ପ।କିସ୍ତାନ ଗସ୍ତରେ ୟୁଏନ ସଚିବ

ମହାଭାରତ, ଇସଲାମବାଦ: ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ ଆଜି ପ।।କିସ୍ତାନର ଇସଲାମବାଦରେ ତାଙ୍କ ୪ ଦିନିଆ ଗସ୍ତରେ ପହଞ୍ଚିଛନ୍ତି । ଏହା ଗୁଟେରସଙ୍କ ପ୍ରଥମ ପାକିସ୍ତାନ ଗସ୍ତ । ଗସ୍ତକାଳରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ, ବିଦେଶ ମନ୍ତ୍ରୀ ମାଖଦୁମ ସାହ ମେହମୁଦ କୁରୋଶୀଙ୍କୁ ଭେଟି ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଗୁଟେରସ ଏହି ୪ ଦିନିଆ ଗସ୍ତ କାଳରେ ସୋମବାର ଦିନ ପାକିସ୍ତାନରେ ଥିବା ଆଫଗାନ ଶରଣାର୍ଥୀଙ୍କୁ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ପାକ ରାଷ୍ଟ୍ରପତି ଆରିଫ ଆଲଭିଙ୍କୁ ମଧ୍ୟ ଭେଟିବେ । ଇସଲାମବାଦରେ ହେବାକୁ ଥିବା ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ପାକ ସରକାର ଓ ୟୁଏନ ଅରଣାର୍ଥୀ ଏଜେନ୍ସି ମଧ୍ୟରେ ହେବାକୁ ଥିବା ବେଳେ ଏଥିରେ ୟୁଏନ ସଚିବ ଯୋଗ ଦେବେ । ଏହା ବ୍ୟତୀତ ଗୁଟେରସ ଲାହୋରର ପୂର୍ବତନ ସହରରେ ସ୍ଥାନୀୟ ଛାତ୍ରଙ୍କୁ ଭେଟିବା ସହ ପୋଲିଓ ଭ୍ୟାକ୍ସିନ କ୍ୟାମ୍ପରେ ଯୋଗ ଦେବେ ।

Related posts

ସଂସଦରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଆସନ୍ତୁ ବୁଲି ଯିବା ଭାରତୀୟ ସୈନିକ ହରଭଜନଙ୍କ ମନ୍ଦିର

mahabharatanews

ଦିଲ୍ଲୀ ସିଏଏ ହିଂସା: ଆଜି ଯାଚିକାର ସୁପ୍ରିମକୋର୍ଟ କରିବେ ଶୁଣାଣି

mahabharatanews