Uncategorized

ସଂସଦରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବାତ୍ତସ୍ପତି ଅଯୋଗ୍ୟ ଘୋଷଣା କରିବା ମାମଲାରେ ସୁପ୍ରିମ କୋର୍ଟ କଡା ମନ୍ତବ୍ୟ ରଖିଛନ୍ତି । ବାଚସ୍ପତି ଏକ ରାଜନୈତିକ ଦଳର ସଦସ୍ୟ । ତେଣୁ ସବୁବେଳେ ତାଙ୍କର ନିଷ୍ପତ୍ତି ନିରପେକ୍ଷ ବୋଲି କହିହେବନି । ତେଣୁ ଏହାକୁ ନେଇ ସାଂସଦଙ୍କର ଚିନ୍ତା କରିବା ସାଧାରଣ ଘଟଣା । ବିଧାୟକ ଓ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାର ନିଷ୍ପତ୍ତିରେ ଅନେକ ବିଳମ୍ବ ହେଉଥିବାର ନଜିର ରହିଛି । ତେଣୁ ତାଙ୍କ ନିଷ୍ପତ୍ତିକୁ ସମୀକ୍ଷା କରାଯିବା ଆବଶ୍ୟକ । ଏଥିନେଇ ଏକ ସ୍ୱାଧୀନ କମିଟି ଗଠନ କରାଯିବା ଦରକାର ବୋଲି କୋର୍ଟ କହିଛନ୍ତି ।
ମଣିପୁର କଂଗ୍ରେସ ବିଧାୟକ ଫଜୁର ରହିମ ଓ କେ ମେଘଚନ୍ଦ୍ର, ମନ୍ତ୍ରୀ ଶ୍ୟାମକୁମାରରଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପହଁଚିଥିଲା । ଆଜି ଏହି ମାମଲାରେ ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ରଖିଛନ୍ତି । ଶ୍ୟାାମକୁମାର କଂଗ୍ରେସ ଟିକେଟରେ ମଣିପୁର ବିଧାନସଭାକୁ ୧୧ ଥର ନିର୍ବାଚିତ ହୋଇଥିଲେ । ନିକଟରେ ସେ ବିଜେପିରେ ସାମିଲ ହୋଇଥିଲେ । ଏହା ପରେ ମଣିପୁରର ଏନଡିଏ ସରକାରରେ ମନ୍ତ୍ରୀ ହୋଇଥିଲେ । ଏବେ କୋର୍ଟ ମଣିପୁର ବାଚସ୍ପତିଙ୍କୁ ୪ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବାକୁ କହିଛନ୍ତି । ଯଦି ବାଚସ୍ପତି ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନ େନେବେ ତା ହେଲେ ଆବେଦନକାରୀ ପୁଣି ଥରେ ସୁପ୍ରିମ କୋର୍ଟ ଆସିପାରନ୍ତି ।
ସଂସଦରେ ଏ ସମ୍ପର୍କରେ ବିଚାର କରାଯାଇ ଆଇନ ଆଣିବାର ଆବଶ୍ୟକତା ରହିଛି । ବାଚସ୍ପତିଙ୍କ ନିଷ୍ପତିର ସମୀକ୍ଷା ଟ୍ରୁିବ୍ୟୁନାଲ କରିବ । ଏହି ଟ୍ରିବ୍ୟୁନାଲ ଅବସରପ୍ରାପ୍ତ ବିଚାରପତି ସ ଟ୍ରିବୁନାଲର ସ୍ଥାୟୀ ସଦସ୍ୟଙ୍କୁ ନେଇ ଗଠିତ ହେବ ବୋଲି କେ।।ର୍ଟ କହିଛନ୍ତି ।

Related posts

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାମରେ ମାମଲା

mahabharatanews

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

mahabharatanews

ଏଲଏସି ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି: ଭାରତ ଯେକୌଣସି ପଦକ୍ଷେପ ପାଇଁ ପ୍ରସ୍ତୁତ

mahabharatanews

Leave a Comment