ଭୁବନେଶ୍ୱର/ଆଦର୍ଶ ରାଉତ: ଓଏସଏସସିର ତୃତୀୟ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ୪ ଦିନିଆ ହାଜତକୁ ନେଇଛି ଭିଜିଲାନ୍ସ । ଚଢାଉରେ ସେ ୩ କୋଟି ଟଙ୍କା ସମ୍ପତ୍ତିର ମାଲିକ ଜଣାପଡିବା ପରେ ଏହି ଘଟଣାରେ ବହୁ କର୍ମଚାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ସନ୍ଦେହ ବଢିଛି । ତେଣୁ ତାଙ୍କୁ ହାଜତକୁ ନେଇ ଅଧିକ ପଚରାଉଚରା କରିବ ଭିଜିଲାନ୍ସ । ଏହି ନେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ପଦାକୁ ଆଣିବ ବୋଲି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିରଞ୍ଚିଙ୍କୁ ୪ ଦିନିଆ ଭିଜିଲାନ୍ସ ହାଜତକୁ ପଠାଇ ଦେଇଛନ୍ତି ।
previous post