ଅପରାଧ

ଚୋରା ବିଦେଶୀ ମଦ ଜବତ, ୧ ଗିରଫ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଟମକା ଥାନା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଏହି ଅଞ୍ଚଳରେ ବିଦେଶୀ ମଦର ଚୋରା କାରବାର ଦୀର୍ଘ ଦିନ ଧରି ଚାଲିଥିବା ବେଳେ ପୋଲିସ ଏଥିରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନଥିଲା । ଆଜି ସେ ଗିରଫ ହେବା ପରେ ଟମକା ପୋଲିସକୁ ଆଶ୍ୱସ୍ତି ମିଳିଛି । ଗିରଫ ମଦ ବେପାରୀ ଜଣକ ସୁରେନ୍ଦ୍ର ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମଦ ବେପାରି ୫୨ ବୋତଲ ବିଦେଶୀ ମଦ ନେଇ ଏକ ବାଇକରେ ଯାଜପୁର ରୋଡରୁ ବାଲିଆପାଳ ଯାଉଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ସଜାଗ ଥିବା ଟମକା ଥାନା ପୋଲିସ ତାର ପିଛା କରିଥିଲା । ରାସ୍ତାରେ ଅଟକାଇ ଗାଡି ଯାଞ୍ଚ କରିବାର ୁ ୫୨ ବୋତଲ ବିଦେଶୀ ମଦ ତା ଠାରୁ ମିଳିଥିଲା । ପୋଲିସ ସମସ୍ତ ମଦ ବୋତଲ ସମେତ ଅଭିଯୁକ୍ତ ଚଲାଉଥିବା ବାଇକକୁ ମଧ୍ୟ ଜବତ କରିଛି । ପରେ ଏନେଇ ମାମଲା ରୁଜୁ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି ।

Related posts

ଗଞ୍ଜେଇ ସହିତ ବାଇକ୍ ଜବତ, ଜଣେ ଗିରାଫ

mahabharatanews

ସଂଗ୍ରାମଙ୍କୁ ୩ ଘଣ୍ଟା ଧରି ଜେରା

mahabharatanews

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

mahabharatanews