ଓଡିଶା

୪ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡଗରପଡା ଅଞ୍ଚଳରେ ଥିବା ୪ଟି ମନ୍ଦିରରୁ ରାତି ଅଧରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବଉଳାଶୁଣି ମନ୍ଦିର, ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ମାଉସୀମା ମନ୍ଦିରରୁ ଲୁଟ ହୋଇଥିବା ଜଣାପଡିଛି । ମନ୍ଦିରରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରାମାନେ ଗ୍ରୀଲ ଭାଙ୍ଗି ମନ୍ଦିର ଭିତରକୁ ପଶିଥିଲେ । ମନ୍ଦିରରେ ଥିବା ଦାନବାକ୍ସ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଛନ୍ତି । ଏହାଛଡା ଠାକୁରଙ୍କ ୫ଟି ରୂପା ମୁକୁଟ, ୧୦ଟି ସୁନା କଲରା, ଗୋଟିଏ ମଙ୍ଗଳସୂତ୍ର, ୪ଟି ରୂପା ବଳା, ୩ଟି ବଂଶୀ, ୨ଟି ରୁପାଚିତା ସମେତ ଦାନବାକ୍ସ ଲୁଟି ନେଇଛନ୍ତି । ସ୍ଥାନୀୟ ଦୁଇ ଜଣ ବାସିନ୍ଦାଙ୍କ ୨ଟି ସାଇକେଲ ମଧ୍ୟ ଲୁଟ୍ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ପରଦିନ ସକାଳେ ପୂଜକ ମନ୍ଦିର ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତବର୍ଷ ଏହି ଅଞ୍ଚଳରୁ ଏକାଧିକ ମନ୍ଦିରରୁ ଠାକୁରଙ୍କ ସୁନାଗହଣା ମନ୍ଦିର ହୁଣ୍ଡି ଲୁଟ୍ ହୋଇଥିଲା । ସେହିପରି କିଛି ମାସ ତଳେ ବାଲେଶ୍ୱର ସହର ଶୋଭରାମପୁର ଅଞ୍ଚଳରେ ଏକା ସାଙ୍ଗରେ ୪ଟି ମନ୍ଦିରରୁ ଲୁଟପାଟ ହୋଇ ବହୁ ମୂଲ୍ୟବାନ ଅଳଙ୍କାର ଚୋରି କରି ନେଇଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ ସେହି ଲୁଟେରାମାନଙ୍କ ପତ୍ତା ପାଇ ପାରିନାହିଁ ।

Related posts

ହୁ ହୁ ହୋଇ ଜଳିଗଲା  ସୋରୁମ , ୨କୋଟି କ୍ଷତି 

mahabharatanews

ସଂଘ ରୋଧ କେନ୍ଦ୍ରରେ ବୃକ୍ଷ ରୋପଣ

mahabharatanews

ସାମାଜିକ ଦୂରତ୍ୱ ଓ ମାସ୍କ ନିୟମକୁ କଡାକଡି କଲେ ତହସିଲଦାର

mahabharatanews

Leave a Comment