(ନୂଆଦିଲ୍ଲୀ):ଅଗଷ୍ଟ ମାସ ପହିଲାରୁ ସମଗ୍ର ଦେଶରେ ଅନଲକ୍-୩ ଲାଗୁ ହୋଇଛି । କରୋନା କଟକଣାକୁ ମଧ୍ୟ କେନ୍ଦ୍ର ସରକାର ସାମାନ୍ୟ କୋହଳ କରିଛନ୍ତି । ପୂର୍ବରୁ ଜିମ୍ନାସିୟମ ଓ ଯୋଗ କେନ୍ଦ୍ରଗୁଡିକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଗଷ୍ଟ ୫ ତାରିଖ ଠାରୁ ଏଗୁଡିକୁ ଖୋଲିବାକୁ ଅନୁମତି ମିଳିଛି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଏହି ମାର୍ଗଦର୍ଶିକା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ ଥିବା ଯୋଗ ପ୍ରତିଷ୍ଠାନ ଓ ଜିମ୍ ଗୁଡିକୁ ଖୋଲିବାକୁ ଅନୁମତି ମିଳିବ ନାହିଁ । ନିବୁଜ ସ୍ଥାନମାନଙ୍କରେ ଥିବା ଜିମ୍ନାସିୟମ୍ ଓ ଯୋଗ କେନ୍ଦ୍ରଗୁଡିକରେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଏକାଧିକ ଶାରୀରିକ ସମସ୍ୟା ଭୋଗୁଥିବା ଲୋକ, ଅନ୍ତଃସତ୍ତ୍ବା ମହିଳା ଏବଂ ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ନ ଯିବା ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଶରୀରରେ ଅମ୍ଳଜାନ ୯୫%ରୁ କମ୍ ଥିବ ସେମାନଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କିଛି ଲୋକ ବ୍ୟାୟାମ କରି ଯିବା ପରେ ଅତି କମ୍ରେ ୧୫ ମିନିଟ୍ ପରେ ଦ୍ୱିୁତୀୟ ଦଫାରେ ଲୋକମାନେ ଜିମ୍ ଭିତରକୁ ପ୍ରବେଶ କରିବ । ଏହି ସମୟରେ ଜିମ୍ଗୁଡିକୁ ସାନିଟାଇଜ୍ କରାଯିବ । କସରତ କରୁଥିବା ବ୍ୟକ୍ତି ବିଶେଷମାନେ ନିଜ ନିଜ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବେ । ସେମାନଙ୍କ ପାଇଁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
previous post