ଓଡିଶା

୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଯାହାର ପ୍ରଭାବରେ ଆସନ୍ତା ୫ଦିନ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବା ନେଇ ଆକଳନ କରାଯାଇଛି ।
ଜୁଲାଇ ୧୦ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ବଢିବା ନେଇ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରାଜ୍ୟରେ କମ୍ ବର୍ଷା ହୋଇଥିବା ସୂଚନା ରହିଛି ।

Related posts

ମାଟ୍ରିକ୍ ରେଜଲ୍ଟ ମେ ୧୮ରେ

mahabharatanews

ଆଇସିଡିଏସ ସୁପରଭାଇଜର ଲାଞ୍ଚ ଟଙ୍କା ନେବା ବେଳେ…

mahabharatanews

ବାହୁଡା଼ ପ୍ରସ୍ତୁତି : ଆସନ୍ତା କାଲି ୫ଟାରୁ ସାଧାରଣ ଦର୍ଶନ ବନ୍ଦ

mahabharatanews