ଓଡିଶା

ପ୍ରାଣ ହରାଇଲେ ଆଉ ୪ କରୋନା ଆକ୍ରାନ୍ତ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ରାଜ୍ୟରେ ଦିନକୁ ଦିନ କରୋନା ଜନିିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତକମାନେ ସମସ୍ତେ ପୁରୁଷ । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ କଟକ ଜିଲ୍ଲାର ରହିଛନ୍ତି । ଏଥିସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୪ ଓ କଟକରେ ୫ରେ ପହଞ୍ଚିଛି । ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୭୦, ୬୦ ଓ ୫୩ ବର୍ଷ । ମଧ୍ୟରୁ ଜଣେ ୭୦ ବର୍ଷୀୟ ବୃଦ୍ଧ । ସମସ୍ତ ମୃତକ ଡାଇବେଟିସ ରୋଗରେ ପୀଡିତ ଥିବା ଜଣାପଡିଛି । ସେହିପରି କଟକ ଜିଲ୍ଲାର ମୃତକ ଜଣକ ୪୮ ବର୍ଷୀୟ ବ୍ୟକ୍ତି ଓ ସେ କ୍ୟାନସରରେ ପୀଡିତ ଥିବା ସୂଚନା ମିଳିଛି । ତେବେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧାାରୁ ୭ ଜଣ, ପୁରୀ, ବରଗଡ, ସୁନ୍ଦରଗଡ, ଅନୁଗୁଳ, ଯାଜପୁର ଓ ଗଜପତିରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬,୪୮୬ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୩,୫୫୭ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related posts

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ଦକ୍ଷିଣ ମୋଡ଼ରେ ତିନି ରଥ

mahabharatanews

ବରିଷ୍ଟ ନାଗରିକଙ୍କ ସଚେତନତା କାର୍ଯକ୍ରମ

mahabharatanews