ଓଡିଶା

ବାହୁଡା଼ ପ୍ରସ୍ତୁତି : ଆସନ୍ତା କାଲି ୫ଟାରୁ ସାଧାରଣ ଦର୍ଶନ ବନ୍ଦ

(ପୁରୀ) : ଆଡ଼ପ ମଣ୍ଡପରେ ଅଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବାହୁଡାଯାତ୍ରା ପାଇଁ ଆଡପ ମଣ୍ଡପରେ ଆସନ୍ତା କାଲି ନବମୀ ସନ୍ଧ୍ୟା ଦର୍ଶନ ୫ରୁ ବନ୍ଦ ରହିବ ।ଜନ୍ମ ବେଦୀକୁ ଯାତ୍ରା କରି ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏଥି ମଧ୍ୟରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ ।  ୨୭  ତାରିଖ (ମଙ୍ଗଳବାର) ସକାଳ 7 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୂଚନାନୁଯାୟୀ , ୩ରଥ ଦକ୍ଷିଣ ମୋଡ଼ ନେଇସାରିଛି । ଆଜି ପୁଣି ଥରେ ଯାଞ୍ଚ କରାଯିବ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବା ପରମ୍ପରା ରହିଛି । ଉଲ୍ଲେଖ ଥାଉକି, ଶ୍ରୀକ୍ଷେତ୍ରରେ ଆସନ୍ତା ୨୮  ତାରିଖରେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ ଶ୍ରୀଜିଉ ।

 

 

Related posts

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

mahabharatanews

କରୋନା ପାଇଁ ଆଖଣ୍ଡଳମଣି ମନ୍ଦିରରେ ପ୍ରସ୍ତୁତି ବୈଠକ

mahabharatanews

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews