ନୂଆଦିଲ୍ଲୀ: ୨୦୧୪-୨୦୧୮ ମଧ୍ୟରେ ଦୁଷ୍କର୍ମର ୧.୭୫ ଲକ୍ଷରୁ ଅଧିକ ମାମଲା ଦାୟର ହୋଇଛି । ଏହା ମଧ୍ୟରେ ମଧ୍ୟ ପ୍ରଦେଶରେ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟରୁ ଏହି ସଂଖ୍ୟା ସାମ୍ନାକୁ ଆସିଛି । ଗୃହ ମନ୍ତ୍ରୀଙ୍କ ଅଧୀନରେ ଥିବା କେନ୍ଦ୍ରୀୟ ଏଜେନ୍ସିର ତଥ୍ୟ ମୁତାବକ, ୨୦୧୬ରେ ସବୁଠାରୁ ଅଧିକ ୩୮ହଜାର ୯୪୭ଟି ମାମଲା ଦାୟର ହୋଇଥିଲା । ଯେତେବେଳେ କି ୨୦୧୪ରେ ୩୬ହଜାର ୭୩୯, ୨୦୧୫ରେ ୩୪ହଜାର୦୯୪ ମାମଲା, ୨୦୧୭ରେ ୩୨ହଜାର ୫୫୯ ଓ ୨୦୧୮ରେ ୩୩ହଜାର ୩୫୬ ମାମଲା ଦାୟର ହୋଇଥିଲା ।
ଏନସିଆରବିର ତାଜା ରିପୋର୍ଟ ମୁତାବକ, ଏହି ପାଞ୍ଚ ବର୍ଷରେ ସାରା ଦେଶରେ ମୋଟ ୧,୭୫,୬୯୫ ଦୁଷ୍କର୍ମ ମାଲା ଦାୟର ହୋଇଥିଲା । ପାଞ୍ଚ ବର୍ଷ ମଧ୍ୟରେ ୨୫ହଜାର ୨୫୯ ମାମମଲା ସହ ଏହି ସୂଚୀରେ ମଧ୍ୟ ପ୍ରଦେଶ ଆଗରେ ରହିଛି, ଏହା ପରେ ଉତ୍ତର ପ୍ରଦେଶ ୧୯ ହଜାର ୪୦୬ ମାମଲା, ରାଜସ୍ଥାନରେ ୧୮,୫୪୨ ମାମଲା, ମହାରାଷ୍ଟ୍ରରେ ୧୫ହଜାର ୬୧୩ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହି ସମୟରେ ଆସାମରେ ୮,୮୮୯ ଦୁଷ୍କର୍ମ ମାମଲା , ଦିଲ୍ଲୀରେ ୮, ୬୯୩ ଓ ଛତିଶଗଡରେ ୮, ୫୯୨ ଦୁଷ୍କର୍ମ ମାମଲା ଦାୟର ହୋଇଛି । ୨୦୧୮ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ମୋଟ ଅପରାଧର ୮.୮% ରହିଥିବା ବେଳେ ୨୦୧୭ରେ ଏହା ୯.୦୪କ୍ଷ, ୨୦୧୬ରେ ୧୧.୪୯%, ୨୦୧୫ରେ ୧୦.୩୫% ଓ ୨୦୧୪ରେ ୧୦.୮୨ % ରହିଛି ।