ଓଡିଶା

୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ

ଭୁବନେଶ୍ୱର: ୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ ରହିଛି। ରାଜ୍ୟର ରାଜସ୍ୱ ବ୍ୟୟ ଜିଏସଡିପିର ୧୮ ପ୍ରତିଶତ ରହିଥିଲା। ଯାହାକି ୨୦୧୯ -୨୦ ତୁଳନାରେ ୩.୮୬ ପ୍ରତିଶତ ହ୍ରାସ ପାଇଛି। ଏହି ସମୟରେ ନିଜସ୍ୱ ଟିକସ ରହିଥିଲା ୩୪ ହଜାର ୨୫୮ କୋଟି ଟଙ୍କା। ଯାହାକି ପୂର୍ବବର୍ଷ ତୁଳନାରେ ୬.୦୧ ପ୍ରତିଶତ ବୃଦ୍ଧି ପାଇଥିଲା ।

ସେହିପରି ଅଣ ଟିକସ ରାଜସ୍ୱ ପୂର୍ବବର୍ଷ ତୁଳନାରେ ୩୩.୨୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ୩୨ ହଜାର ୬୩୬ କୋଟି ଟଙ୍କା ନଗଦ ଅର୍ଥ ରାଶି ଜମା ଥିଲା । ବିତିୟ ନିଅଣ୍ଟ ରାଜ୍ୟ ହୋଇ ମଧ୍ୟ ନିୟମିତ ଭାବେ ରାଜ୍ୟ ସରକାର ବହୁଳ ପରିମାଣରେ ନଗଦ ଅର୍ଥ ରଖି ଆସୁଛନ୍ତି।ଅନ୍ୟପକ୍ଷେ ୧୧ଟି ଅନୁଦାନରେ ଶତପ୍ରତିଶତ ସମର୍ପଣ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୮୧୧ ଟିଟିଡିପି ଖାତାରେ ୭ ହଜାର ୪୭ କୋଟି ଟଙ୍କା ବ୍ୟୟ ନହୋଇ ଅବଶେଷ ରହିଥିଲା ।

ପୂର୍ବବର୍ଷ ତୁଳନାରେ ପିଡି ଆକାଉଣ୍ଟ ଗୁଡ଼ିକର ଅନାବଶ୍ୟକ ବାଲାନ୍ସରେ ୬୬.୨୮ ପ୍ରତିଶତ ହ୍ରାସ ଘଟିଛି।ମୁଖ୍ୟତଃ ଓଡ଼ିଶା ମିନେରାଲ୍ ବିଅରିଙ୍ଗ୍ ଡେଭଲପମେଣ୍ଟ କର୍ପୋରେସନ ( ଓଏମବିଏଡିସି) ପୃଥକ ବିନିଯୋଗ ଆକାଉଣ୍ଟ ଖୋଲିବା ଏବଂ ୧୬ ହଜାର ୭୫୮ କୋଟି ଟଙ୍କା ବିନିଯୋଗ କରିବା ଏବଂ ଓଏମବିଏଡିସିର ପିଡି ଆକାଉଣ୍ଟରେ ୪୧୪.୮୫ କୋଟି ଟଙ୍କା ଛାଡ଼ିବା ବାକି ରହିଛି।

Related posts

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

mahabharatanews

ପଞ୍ଚଭୂତରେ ଲୀନ ହେଲେ ବାଗ୍ମୀ ରଜତ କର

mahabharatanews

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

mahabharatanews