ଓଡିଶା

୬୫ କେଜି ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଜଳେଶ୍ୱର): ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ଦାନ୍ତୁନ ପୋଲିସ ଓଡ଼ିଶାର ୨ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ଗଞ୍ଜାମ ଜିଲ୍ଲାର ବାରତ ଗାଁର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୬୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ସେମାନଙ୍କ କାରକୁ ମଧ୍ୟ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ, ଗତ ଗୁରୁବାର ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗ ପୋଲିସ ସେମାନଙ୍କୁ ଧରିଥିଲା । ଏହି ଟୋଲଗେଟ ଦେଇ ଏହିଭଳି ବହୁ ନିଶା ଦ୍ରବ୍ୟ ବାରମ୍ବାର ଚୋରା ଚାଲାଣ ହେଉଥିଲେ ମଧ୍ୟ ଓଡ଼ିଶା ସୀମାରେ ଥିବା ପୋଲିସ କୌଣସି ଚେକିଂ କରୁନଥିବା ଅଭିଯୋଗ ହୋଇଛି । ଚୋରା ବେପାରୀଙ୍କ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ସହଜ ରାସ୍ତା ପାଲଟିଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

Related posts

୫ଟି ସଚିବଙ୍କ କଟକ ଗସ୍ତ

mahabharatanews

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସି ପକ୍ଷରୁ ଏକ ନୂଆ ଗାଇଡଲାଇନ ପ୍ରକାଶ

mahabharatanews

ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ମାନସିକଧାରୀ, ଭିଡ଼ିଓ ଭାଇରଲ !

mahabharatanews