ଓଡିଶା

ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ମାନସିକଧାରୀ, ଭିଡ଼ିଓ ଭାଇରଲ !

ନବରଙ୍ଗପୁର: ନିଷ୍ଠା ଓ ଏକାଗ୍ରତାର ସହ ଇଛା ଶକ୍ତି ଥିଲେ ସବୁ ଅସମ୍ଭବ ବି ସମ୍ଭବ ହୋଇପାରେ ବୋଲି ଆଜିବି ଏମିତି ଦୃଢ଼ ବିଶ୍ୱାସ ରହିଛି । କଠିନ ସାଧାନା ଭକ୍ତକୁ ଭଗବାନଙ୍କ ନିକଟତର କରାଇ ପାରିବ ବୋଲି ଭରସା କରି ଦାଉ ଦାଉ ଜଳନ୍ତା ନିଆଁରେ ଚାଲୁଛନ୍ତି ଭକ୍ତ। ନା ଅଛି ପୋଡିଯିବାର ଭୟ ନା ଅଛି ବିପଦପୂର୍ଣ୍ଣ ଯାତ୍ରା ପାଇଁ ଅବଶୋଷ।ମନସ୍କାମନା ପୁରଣ ପାଇଁ ଏମିତି ପୂଜା ପାଠ ଆପଣେଇ ନେଇଛନ୍ତି ମାନସିକଧାରୀ । ଆଉ ବିନା ଡର ଓ ଭୟରେ ଜଳନ୍ତା ନିଆଁ ଉପରେ ଖାଲି ପାଦରେ ଚାଲି ମାନସିକ ପୂରଣ କରୁଛନ୍ତି ଭକ୍ତ।

ଏମିତି ଭକ୍ତଙ୍କ କଠିନ ସାଧାନା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଢ଼ାମଣା ପଦର ଗାଁରେ ଦେଖିବାକୁ ମିଳିଛି । ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଦୋଳପୂର୍ଣ୍ଣିମା ଓ ହୋଲି ପାଳନ ଅବସରରେ ହଲପଡା ମେଳଣରେ ଅଗ୍ନି ଉତ୍ସବ ପାଳିତ ହୋଇଥାଏ ।ତେବେ ଢ଼ାମଣା ପଦର ଗାଁରେ ପ୍ରତିବର୍ଷ ପାଳିତ ହେଉଥିବା ହୋଲପଡ଼ା ଉତ୍ସବ ଅନ୍ୟ ସ୍ଥାନଠାରୁ ଭିନ୍ନ ଅଟେ। ଏଠାରେ ପ୍ରତିବର୍ଷ ଉତ୍ସବ ପାଳନ ସମୟରେ ଶତାଧିକ ମାନସିକଧାରୀ ମାନସିକ ପୂରଣ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ସହ ଉପବାସ ବ୍ରତ ରଖିଥାନ୍ତି।ମାନସିକ ପୂରଣ ନିମନ୍ତେ ରାତିରେ ମେଳଣ ସ୍ଥଳରେ ନିଆଁ ଜଳାଇ ଦିଆଯାଇଥାଏ ।

ଏମିତି ବିପଦକୁ ଖାତିର ନକରି ଡହ ଡହ ଜଳୁଥିବା ରଡ ନିଆଁ ଉପରେ ଶ୍ରଦ୍ଧାଳୁ ମାନସିକଧାରୀ ମାନେ ଖାଲି ପାଦରେ ଚାଲିଥାନ୍ତି।ଏହି ଭିଡି଼ଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଅସାଧାରଣ ଦୃଶ୍ୟ ଦେଖି ସାଧାରଣ ଲୋକର ଛାତି ମଧ୍ୟ ଥରି ଉଠୁଥିବା ବେଳେ ମାନସିକଧାରୀଙ୍କ ଏମତି କଠୋର ସାଧନା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

 

Related posts

ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣା

mahabharatanews

୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ

mahabharatanews

ସୌରୀନଙ୍କ ଜାମିନ ଆବେଦନ ଖାରଜ 

mahabharatanews