Uncategorized

୬ ମାସର ଶିଶୁ ପାଇଁ କ୍ୱାରେଣ୍ଟାଇନରେ ୫୪ ସ୍ୱାସ୍ଥ୍ୟକର୍ମୀ

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚର ୫୪ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ବଢିଛି । ଏମାନେ ଏକ ୬ ମାସର ସଂକ୍ରମିତ ଶିଶୁ କନ୍ୟା ସଂସ୍ପର୍ଷରେ ଆସିଥିଲେ । ଏହା ପରେ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୫୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୧୮ ଜଣ ଡାକ୍ତର ଓ ୩୬ ଜଣ ପାରାମେଡିକାଲ ଷ୍ଟାଫ ରହିଛନ୍ତି ।

ସୂଚନା ଅନୁଯାୟୀ, ଏପ୍ରିଲ ୯ରେ ପଞ୍ଜାବର ଫାଗୱାରାର ଏହି ୬ ମାସର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ଆଡଭାନ୍ସଡ ପେଡିଆଟ୍ରିକ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ଓପନ ହାର୍ଟ ସର୍ଜରୀ ହେବାର ଥିଲା । କିନ୍ତୁ ଡାକ୍ତରମାନେ ଶିଶୁଟିର ଚିକିତ୍ସା ପୂର୍ବରୁ ସମସ୍ତ ପରୀକ୍ଷା କରିବାକୁ ଯାଇ ଜାଣିବାକୁ ପାଇଥିଲେ ଶିଶୁଟି କରୋନାରେ ଆକ୍ରାନ୍ତ । ଆଡଭାନ୍ସଡ ପେଡିଆଟ୍ରିକ ସେଣ୍ଟରକୁ ଆସିବା ପୂର୍ବରୁ ଶିଶୁକନ୍ୟାଟି ଦୀର୍ଘ ୩୬ ଦିନ କାଳ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସା ବେଳେ ସେ ଧୀରେଧୀରେ ସୁସ୍ଥ ହେଉଥିଲା । କିନ୍ତୁ ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏପ୍ରିଲ ୨୧ରେ ତାର ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଶିଶୁକୁ ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏବେ ସେ ଭେଣ୍ଟିଲେଟରରେ ରହିଛି । ଶିଶୁଟିର ସଂସ୍ପର୍ଶରେ ଆସିଥିବା ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

Related posts

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଦାୟୀତ୍ୱ ନେଲେ ତରଣଜିତ ସନ୍ଧୁ

mahabharatanews

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

mahabharatanews

ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍ ଟିପ୍ସ

mahabharatanews