Uncategorized

ଦିଲ୍ଳୀ ସ୍ୱାସ୍ଥ୍ୟମନ୍ତ୍ରୀ ନିମୋନିଆରେ ପୀଡିତ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । କରୋନା ସଂକ୍ରମଣ ସହ ସେ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସେ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସତ୍ୟେନ୍ଦ୍ର ନିଃଶ୍ଵାସପ୍ରଶ୍ଵାସ ନେବାରେ ପୂର୍ବାପେକ୍ଷା ଅଧିକ କଷ୍ଟ ଅନୁଭବ କରୁଥିବା ଡାକ୍ତର କହିଛନ୍ତି। କରୋନା ଭୂତାଣୁ ତାଙ୍କ ଫୁସ୍‌ଫୁସ୍‌କୁ ସଂକ୍ରମଣ କରିବାକୁ ସେ ନିମୋନିଆରେ ପୀଡିତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏକ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଗତ ଶୁକ୍ରବାର ଜୈନଙ୍କୁ ପ୍ରବଳ ଜ୍ଵର ହେବା ସହିତ କରୋନା ଲକ୍ଷଣ ଦେଖା ଦେଇଥିଲା । ଏହା ପରେ ତାଙ୍କ ପରୀକ୍ଷା କରାଇଥିଲା । ପ୍ରଥମ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା । ତେଣୁ ଦ୍ୱିତୀୟ ଥର ପରୀକ୍ଷା କରାଯାଇଥିଲା, ଯାହା ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ରବିବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related posts

ଗତ ମାସରେ ୮୫ ନବଜାତକଙ୍କ ମୃତ୍ୟୁ ଅହମଦାବାଦ ହସ୍ପିଟାଲରେ ହୋଇଛି

mahabharatanews

 ଅର୍ଣ୍ଣବଙ୍କୁ ଉଠାଇନେଲା ପୁଲିସ

mahabharatanews

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

mahabharatanews