ରାଷ୍ଟ୍ରପତି ଙ୍କ ଗସ୍ତ ପୂର୍ବରୁ ରାଇରଙ୍ଗପୁର ମୟୁରଭଞ୍ଜ କୁ ପ୍ରକଳ୍ପ ବର୍ଷା । ରାଇରଙ୍ଗପୁର ରେ ନିର୍ମାଣ ହେବ ଏମ୍ସ ଭୁବନେଶ୍ୱର ର ସ୍ୟାଟେଲାଇଟ ସେଣ୍ଟର । ଏହା ସହ ୭୦ କୋଟି ବ୍ୟୟ ରେ ରାଇରଙ୍ଗପୁରରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ । ରାଇରଙ୍ଗପୁର ରେ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବି ନିଷ୍ପତ୍ତି । ଟ୍ରିପଲ ଆଇଟି ମଧ୍ୟ ରାଇରଙ୍ଗପୁର ରେ ନିର୍ମାଣ କରାଯିବ । ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେଷ୍ଟ ମ୍ୟାନେଜମେଣ୍ଟ ର ମୟୁରଭଞ୍ଜ ରାଇରଙ୍ଗପୁର ରେ ଦ୍ୱିତୀତ କ୍ୟାମ୍ପସ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ସହ ରାଇରଙ୍ଗପୁର କରଞ୍ଜିଆ ରେ ଦୁଇଟି ନୂଆ ନବଦୋୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେହିପରି ରାଇରଙ୍ଗପୁର ମଧ୍ୟ କେନ୍ଦ୍ରୀୟ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ତିରନ୍ଦାଜି ଏକାଡେମୀ ପ୍ରତିଷ୍ଠା ପାଇଁ ବି ନିଷ୍ପତ୍ତି । ଶିମିଳିପାଳ ଜାତୀୟ ଉଦ୍ୟାନ ର ବିକାଶ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏ ସବୁ ପ୍ରକଳ୍ପ ର ଅଗ୍ରଗତି ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏକାଧିକ ବିଭାଗର ସଚିବ ଙ୍କ ସମେତ ମୟୁରଭଞ୍ଜ ଜିଲ୍ଲାପାଳ ଥିଲେ ଉପସ୍ଥିତ । ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଡ଼ିପିଆର ପାଇଁ ବିଭାଗ ଗୁଡିକୁ ଡିପିଆର ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜମି ଚିହ୍ନଟ ପାଇଁ ଜିଲାପାଳ ଙ୍କୁ ନିର୍ଦ୍ଦେଶ ।
previous post
