ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

(ମହାଭାରତ/ବାରିପଦା): ବାରିପଦା ସଦର ଥାନା ଅଧୀନ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ।
ସୂଚନା ଅନୁଯାୟୀ, ଏମାନେ ରବିବାର ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଉଭୟ ରାସ୍ତାରେ ପଡିଥିବା ବେଳେ ସେହି ବିବାହ ଭୋଜିରେ ଯୋଗ ଦେଇ ପଛରେ ଫେରୁଥିବା ସେମାନଙ୍କ ସାଙ୍ଗମାନେ ଉଭୟଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେମାନଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିର ପର୍ତ୍ତା ମିଳିପାରି ନାହିଁ ।

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୯୪ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ

mahabharatanews

୪୫ ଦିନ ମଧ୍ୟରେ କରୋନା ପ୍ରଭାବ କମିବ: ଡା. ସିବିକେ ମହାନ୍ତି

mahabharatanews

 ଓଡ଼ିଶାରେ ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର 

mahabharatanews