ଓଡିଶା

ପାତାଳି ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜ

(କୋରାପୁଟ) : ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜ । ପାତାଳି ନଦୀ ତାନସିଂ ଘାଟରେ ଅଘଟଣ । ଆଜି ଅପରାହ୍ନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏପରି ଅଘଟଣା ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନାଅନୁସାରେ, କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ୪୦ ବର୍ଷିୟ ସୀମା, ଶଖି ରେଖା ଆର୍ଲାବ(35), ଶାନ୍ତି ସୀମା(7), ନବିନ ଆର୍ଲାବ ଓ ପୁଷ୍ପାଞ୍ଜଳି ଆରଲାବ (6) ଦେଶୀ ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ । ହେଲେ ନଦୀ ମଝିରେ ଡଙ୍ଗାଟି ବୁଡି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଜଣଙ୍କ ମୃତ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ମୃତକ ହେଲେ ଲାଲ୍ ମଣି ସୀମା ।

Related posts

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

ଶ୍ୟାମାକାଳୀ ମନ୍ଦିରରେ ଶ୍ୱେତ ପେଚାର ନୃତ୍ୟ

mahabharatanews