କଟକ ଜିଲ୍ଲାର ସାଲେପୁର ବ୍ଳକ୍ ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ କୁରୁଳି ଗ୍ରାମରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର | ସୂଚନା ମୁତାବକ କଟକ ଜିଲ୍ଲାର ସାଲେପୁର ବ୍ଳକ ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ କୁରୁଳି ଗ୍ରାମରେ ବଣବୁଦା ମୁଳେ ଅଜଗର ସାପକୁ ଗ୍ରାମର କିଛି ଲୋକ ଦେଖିଥିଲେ ଏବଂ ଗ୍ରାମରେ ଅନ୍ୟମାନଙ୍କୁ କହିବାରୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଅଜଗର ରହିଥିବା ସ୍ଥାନକୁ ଏକ ପ୍ରକାର ଘେରାଉ କରି ରହିବା ସହ କିଶନନଗର ପୋଲିସକୁ ଜଣାଇଥିଲେ | ସ୍ନେକ ହେଲ୍ପ ଲାଇନ ସହ ଯୋଡି ହୋଇଥିବା ପ୍ରହାରାଜପୁର ଗ୍ରାମର ସୁରେଶ କୁମାର ଗୋଛାୟତ ଓ ତାଙ୍କ ସହଯୋଗୀ ଖବରପାଇ କୁରୁଳି ଗ୍ରାମରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିବା ସହିତ ବନ ବିଭାଗକୁ ହସ୍ତାନ୍ତର କରିବାକୁ ଖବର ଦେଇଛନ୍ତି |
