ଓଡିଶା

ପାଟଣା ପୋଲିସର ଅଭିନବ ସଚେତନତା

ପାଟଣା: ସାରା ବିଶ୍ୱ କରୋନା ଭାଇରସକୁ ନେଇ ଭୟଭୀତ ଥିବା ବେଳେ ୨୩ ତାରିଖ ଠାରୁ ସାରା ରାଜ୍ୟକୁ ଲକ୍ ଡାଉନ କରାଯାଇଛି । ଲୋକଙ୍କୁ ଘରେ ରହି ସଂକ୍ରମଣ ରୋକିବାରେ ସହଯୋଗ କରିବା ସହ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରହିବାକୁ ଆହ୍ୱାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହାତଯୋଡି ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । କିନ୍ତୁ ଲୋକେ ଘରୁ ବାହାରି ବଜାର ଘାଟ ଉପରେ ଅଯଥା ଭିଡ଼ ଜମାଉଛି । ଲୋକଙ୍କୁ ବାରମ୍ବାର ସଚେତନ କରାଇଲେ ମଧ୍ୟ ଅମାନିଆ ହୋଇ ଲୋକେ ବଜାରକୁ ଆସୁଥିବାରୁ ପାଟଣା ଥାନା ଅଧିକାରୀଙ୍କ ପକ୍ଷରୁ ଅଭିନବ ଉପାୟରେ ସଚେତନ କରାଉଛି । ଅମାନିଆ ବ୍ୟକ୍ତିଙ୍କ ହାତରେ ଫ୍ଲା କାର୍ଡ ଧରାଇ ସଚେତନ କରିବାକୁ ଚେଷ୍ଟା କରୁଛି ପୁଲିସ । ଏହି ପ୍ଲାକାର୍ଡରେ ମୁଁ ସ୍ୱାର୍ଥପର, ମୁଁ ବୁଲିବା ଚକ୍କରରେ ଦେଶକୁ ବିପଦକୁ ଠେଲି ପାରେ । ଆଉ ଏଥି ପାଇଁ ମୁଁ ଅନୁତପ୍ତ ବି ନୁହେଁ ଲେଖା ରହିଛି । ଅମାନିଆ ଲୋକଙ୍କ ହାତରେ ଧରାଇ ସଚେତନ କରାଯାଇଛି । ଏଥିରେ ଅମାନିଆ ବ୍ୟକ୍ତି ଲକ୍ ଡ଼ାଉନ ନିୟମ ନ ମାନିଲେ ଆଗାମୀ ଦିନରେ ଅମାନିଆ ମାଣିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି ।

Related posts

୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews

୨୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା

mahabharatanews

ନୟାଗଡ଼ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews