Uncategorized

ଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ: କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ହୁହୁ ହୋଇ ବଢିଚାଲିଛି, ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । କିନ୍ତୁ କେନ୍ଦ୍ର ସରକାର କହିଛନ୍ତି, ଦେଶରେ ୧୦ ଲକ୍ଷ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ରହିଛି । ରାଜ୍ୟ ସରକାରଙ୍କ ସହାୟତାରେ ତାଲାବନ୍ଦର ଦୁଇ ମାସ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି ବୋଲି ନୀତି ଆୟୋଗ ସଦସ୍ୟ ଡକ୍ଟର ବି.କେ ପଲ କହିଛନ୍ତି ।
ଦେଶରେ କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ପାଇଁ ପୃଥକ ଡାକ୍ତରଖାନାଟିଏ ନଥିଲା । ଆଜି ଆମ ଦେଶରେ ୧,୦୯୩ଟି ସ୍ୱତନ୍ତ୍ର ଡାକ୍ତରଖାନା ଅଛି । ଏହି ଡାକ୍ତରଖାନାଗୁଡ଼ିକରେ ୧,୮୫,୩୦୬ଟି ଶଯ୍ୟା ଅଛି । ସେଥିମଧ୍ୟରୁ ୩୧,୨୫୦ଟି ଆଇସିୟୁ ରୁମ୍ ଅଛି । ଏହି ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଭେଣ୍ଟିଲେଟରର ସୁବିଧା ଅଛି । ସେହିଭଳି ଏଠାରେ ୨,୪୦୨ କୋଭିଡ-୧୯ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅଛି। ଯେଉଁ ରୋଗୀମାନଙ୍କର ଅବସ୍ଥା ଗୁରୁତର ନୁହେଁ ଏବଂ ଅମ୍ଳଜାନ ଆବଶ୍ୟକ କରନ୍ତି ନାହିଁ ସେମାନେ ଏଠାରେ ଚିକିତ୍ସିତ ହେଉଛନ୍ତି । ଦେଶରେ ପ୍ରାୟ ୬.୫ ଲକ୍ଷ ଶଯ୍ୟା ବିଶିଷ୍ଟ ୭,୦୧୩ କୋଭିଡ -୧୯ କେୟାର ସେଣ୍ଟର ମଧ୍ୟ ଅଛି। ଏଠାରେ ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ଚିକିତ୍ସା କରାଯିବ କିମ୍ବା ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ। ମୋଟାମୋଟି ଭାବେ ସମସ୍ତ ତିନୋଟି ବର୍ଗର ରୋଗୀଙ୍କ ପାଇଁ ମିଳିତ ଶଯ୍ୟା ସଂଖ୍ୟା ହେଉଛି ୯.୭୪ ଲକ୍ଷ । ଯଦି ଏଥିରେ ସଶସ୍ତ୍ର ବାହିନୀର ସ୍ୱାସ୍ଥ୍ୟ ସେବାକୁ ଯୋଗ କରାଯାଏ, ତେବେ ଏହି ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ ।

Related posts

ଶୀତରେ ଥରୁଛି ଦିଲ୍ଲୀ ୪୦ ବିମାନ ବାତିଲ, ୪୫୦ ଉଡାଣ ବିଳମ୍ବ, ୨୧ ଡାଇଭର୍ଟ

mahabharatanews

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡିରେ ରଖନ୍ତୁ ପିରାମିଡ

mahabharatanews

ଚଣ୍ଡି ପ୍ରସାଦ ଭାରତୀୟ ସ୍ଥଳ ସେନାର ଉପମୁଖ୍ୟ ଦାୟିତ୍ୱ ନେଲେ 

mahabharatanews